Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ଶୀତର ଆସର

ଶୀତର ଆସର

1 min
10


    

ଶୀତ ଆସିଛି ଆଜି ପୁରା ଦମ୍ ରେ

ଜାବୁଡ଼ି ଧରିଛି ସଭିଙ୍କୁ କୁହୁଡ଼ିଘେରେ l

ପିଲା ଠୁଁ ବୁଢ଼ାବୁଢ଼ି ଯାଏଁ ଏଠାରେ,

କୁଙ୍କୁଡ଼ିକାଙ୍କୁଡ଼ି ହେଇ ଶୋଉଛନ୍ତି କମଳତଳେ,

ଚେନାଚୁର ଝାଲ୍ ମୁଢ଼ି ଚୋବେଇ

ଦୁଃଖସୁଖ ହୁଅନ୍ତି ଗରମ ଚାହା ପିଇ

ଆନନ୍ଦ ମନରେ l


ଗୁଡ଼ି ଉଡ଼େଇ ଉଡ଼େଇ ରସିକେ ଠିଆ,

ନଈପଠା କୋଠାଛାତେ ଅଖିଆ- ଅପିଆ l

ହାର ଜିତ୍ ନିଶାରେ ଲଟେଇ ଧରା

ଉପରମୁହାଁ ସବୁ ଉଡ଼ାଳି ଏ ମକରା l

ମାଘ ମାସର ବାଘଶୀତକୁ କରି ବେପରୁଆ,

ଆଗପଚ୍ଛ ଚାଲି ଲଟେଇ ଗୁଡ଼େଇ ଚାଲନ୍ତି ସୁରକି ଦେଇ କଡ଼ୁଆ l


ମକର ପରବ ଗଉରବ ଗୁଡ଼ି ଉଡ଼ା,

ବରଷକେ ଥରେ ମଜ୍ଜା ଦିଏ କଡ଼ା l

ସହରୀ ସୋମରସିଆ ବାବୁ ଭୟା ପାଇ ବିରତି କରମକ୍ଷେତରୁ,

ବାର ଢାବାରେ ଦେହୁ ମନୁ ହଠାନ୍ତି

ପରାସ ବିଲାତି ଦେଶୀ ସୁରାସାରରୁ l

ଆଦିବାସୀ ଗାଉଁଲି ପିଇ ଘରେ ମହୁଲି,

ଜାଳନ୍ତି ଧୂନି କୁଡ଼ିଆ ଆଗରେ ବସି

ପକେଇ ଫାର୍ସା ବେକ ପଛେ

ନହୁଗାଳି l


ସଭ୍ୟ ଗ୍ରାମବାସୀ  କଥା କହି ହସି ହସି

ମାରନ୍ତି ଶିବ ଭୋଗ ସୋଟା କସି,

କରନ୍ତି ଆଧ୍ୟାତ୍ମ ମେଳା ପଢ଼ି ଭାଗବତ

ଗାଁ ଟୁଙ୍ଗୀରେ ତିରିଲାଙ୍କୁ ନଭରସି l


ଓଡ଼ିଆ ଗାଁ ପରିମଳ ଶୀତରେ ହୁଏ

ନିରିମଳ ପୁରୁଖା ଲୋକଙ୍କ ମେଳେ,

ପିଲାଏ ଟୋକାଏ ଟୋକିଏ ମିଳିପି

ମରଦେ ଲଭନ୍ତି ସରଗ ସୁଖ ଢାଙ୍କି

ମୁଣ୍ଡେଦେହେ ଚାଦର କମ୍ପଟ ପ୍ରବଚନ ଭୋଳେ l


ଶୀତ ସକାଳର ହାଲୁକା ଖରା ଥରାଇ ନପାରେ ଚାଷୀ ବାପୁଡ଼ାକୁ ତିଳେ,

ମୁଣ୍ଡେ ଲୁଗା ଢାଙ୍କି ସକାଳ ଚାଲିବା

କରନ୍ତି ଆରମ୍ଭ ବିଲକୁ ଧରି ହାତେ ଦା

ଖୋସି ଠେକାରେ l


ଆଈମା କାନି ତଳେ ପଶି ବାଳୁତ ନାତି ନାତୁଣୀ ପୁଅଁନ୍ତି ନିଆଁ ଚୁଲି ମୁଣ୍ଡେ ବସି ଶୁଣି ଶୁଣି ଭୂତ କାହାଣୀ,

ସକାଳ ଶୀତୁଆ ପବନେ କୁଟାକାଠି

ନିଆଁ ଜାଳି ଗାଁ ପିଲାଏ ବସନ୍ତି ଧୂନିକୁ

ଘେରି ଉଷୁମ ଟାଣି l


ଶୀତ ଆସିଛି ଆଜି ପୁରା ଦମ୍ ରେ

ପୁଣି ଫେରିଯିବି ପୁରା ଦମ୍ ରେ,

କରିବାକୁ ତାର ସ୍ବର୍ଗୀୟ ବୈଧାନିକ

କର୍ତ୍ତବ୍ୟ ପାଳନେ ଧରିତ୍ରୀମାତାର

କୋଳେ ଦେଶାନ୍ତର ଗମନେ

ପାଳିବାକୁ ଋତୁଚକ୍ର ଧରମ ପରମାତ୍ମାଙ୍କ ସୃଷ୍ଟିପାଳନ

ନିୟମେ ପୁଣି ଆମେ କରିବୁ

ଅପେକ୍ଷା ଶୀତକୁ ଧରାପୃଷ୍ଠେ

ଆଗାମୀ ବରଷ-ପଦାର୍ପଣରେ l।

 


Rate this content
Log in