Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ରଙ୍ଗୀନ ହୋଲି

ରଙ୍ଗୀନ ହୋଲି

1 min
4


  


ରଙ୍ଗୀନ ଏଇ ଦୁନିଆଁ ଈଶ୍ବର ସୃଷ୍ଟ 

କେତେ ଜୀବନ ରଙ୍ଗେ ପରିପୁଷ୍ଟ l


ଭବ ସାଗରେ ଭାବପୁଞ୍ଜ ତରଙ୍ଗ 

ଦିଏ ରଙ୍ଗାଇ ନୃମାନସର ଢଙ୍ଗ l


ରଙ୍ଗିଲା ପରବ ଯେ ଏଇ ହୋଲି 

ମିଶ୍ର ମାନବଭାବ ଯାଏ ଦୋହଲି l


ବାଘନିସହଲାନା ରଙ୍ଗେ ଆମ ପିଚକାରୀ 

ଭାତୃଭାବେ ଉଚ୍ଚାଟ କରେ ମିତ୍ରଅରି l


ବରଷକୁ ଥରେ ପାଦ ଥାପେ ଏଠି 

ଫଗୁଦଣ୍ଡ ସୂଚାଏ ମଧୁମାସେ ମାଠି l


ମନ-ଦେହ-ସ୍ୱାସ୍ଥ୍ୟର ବର୍ଦ୍ଧକ ପ୍ରକୃତି 

ବାଇଗିଣି ରଙ୍ଗେ ଆଧାରିତ ସତତି l


ଜଗାଏ ତ ଭକତି ଆଧ୍ୟାତ୍ମିକ ଶାନ୍ତି 

ସେଇ ନୀଳଫଗୁ ମନୁ ତଡ଼େ ଭ୍ରାନ୍ତି l


ଐକ୍ୟ ସମୃଦ୍ଧି ନବୀକରଣ ସ୍ରୋତେ 

ଦିଏ ଭସାଇ ସବୁଜ ମାନବଜଗତେ l


ସୁଖ ଆଶାବାଦେ ଆଲୋକ ମଣ୍ଡନେ 

କୃତାର୍ଥ କରେ ହଳଦୀ ମାନବ ମନେ l


ସୁପ୍ରବୃତ୍ତି ଉର୍ବର ପ୍ରେମର ତରଙ୍ଗ 

ଭରିଦିଏ ନରପ୍ରାଣେ ଲୋହିତ ରଙ୍ଗ l


ଉତ୍ସାହ ଉରୁଜା ଉଜ୍ଜ୍ୱଳତା ପ୍ରାଣେ 

ନାରଙ୍ଗୀ ଦିଏ ସଜାଇ ମାନବ ଗୁଣେ l


ପ୍ରକୃତି ସହ ଜଡ଼ିତ ଆମ ଏଇ ଜୀବନ

ଆଶାୟୀ ବୀଜ ହୋଲି କରେ ବପନ l

     

ସବୁକିଛିର ସମାହାର ହୋଲି ଆନନ 

କୁଗୁଣ ପ୍ରବୃତ୍ତିରାଜିକୁ କରଇ ଦହନ l


ହୋଇଥାଏ ମନୁ ପାସୋରା ଗୁଣରାଜି 

ଫଗୁରଙ୍ଗ ଚେତାଏ ସ୍ମାରକୀସାଜି l


ଅବିର ଫଗୁର ପାଣିଆ ଧୁଳିଆ ଠାଣି 

ମଣିଷକୁ କରେ ଉଦ୍ଭାସିତ ଓ ଗୁଣୀ l


ହୋଲି ହେ ତୁମେ ଆସୁଥାଅ ଏମିତି 

ମାନବଜାତିକୁ ଦେବାକୁ ସଦା ସୁକୃତି l


ଅଭିନଵ ତୁମ ଲୀଳା ରଙ୍ଗ ବେରଙ୍ଗୀ 

ପ୍ରକୃତି ସଂଯୋଜିତ ତୁମ ଭାବ ଭଙ୍ଗି l


କର ଅନ୍ତଃ ନିହିତ ମାନବ-ଭୁଲାମନେ

ସକାରାତ୍ମକ ଭାବଧାରାମୃତ ବର୍ଷଣେ l


ମାନବଜାତି ଚିର କୃତଜ୍ଞ ତୁମ ପାଶେ 

ଫଗୁଫଲ୍ଗୁ ଧାରାର ଶୁଭଙ୍କର ଫାଶେ l


ଭାତୃଭାବେ ପରିପୂର୍ଣ୍ଣ କରି ନରମନ 

ସ୍ଥାପନ କର ଏଠି ଭୁ ନନ୍ଦନକାନନ l

       

        


Rate this content
Log in