Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ରଙ୍ଗିଆ ଋତୁରାଜ

ରଙ୍ଗିଆ ଋତୁରାଜ

1 min
18


ଋତୁରାଜ ବସନ୍ତ ଆଗମନୀ ଆଜି 

ଧରାବୁକେ କରିଛି ତାର ପ୍ରଭାବ ବିସ୍ତାର,

ଫଗୁଣର ଫଗୁବୋଳା ହୋଲିକା 

ରଙ୍ଗାଇ ଦେଇଛି ଆଜି ତନୁମନେ 

ପ୍ରେମର ବେଭାର l


ମତୁଆଲା ଶିଳ୍ପୀ କଳକଣ୍ଠ ଗାଇ 

ଚାଲିଛି ତାର ମଧୁର ଶୃଙ୍ଗାର 

ସଙ୍ଗୀତ ରଞ୍ଜିବାକୁ ମନ ଋତୁରାଜଙ୍କର,

ବସି ଆମ୍ରଦ୍ରୁମଶାଖେ ଘଞ୍ଚ କିଶଳୟ ବନେ ମଜ୍ଜି ରସ

ଆସ୍ୱାଦନେ ବକୁଳ କଢ଼ିର l


ଦକ୍ଷିଣଦିଗୁ ପ୍ରବାହିତ ମଳୟ ପବନ 

ମଦନୋନ୍ମତ୍ତ କରଣେ ଜନପଦେ 

ଯୁବା ପୀଢ଼ି ଆଉ ରସିକ ନରନାରୀ ଗଣେ,

ଋତୁରାଜଙ୍କ ଗୁଣାତ୍ମକ ସୁଗନ୍ଧ ମହକ ବିଛୁରଣେ

ମସ୍ତ ସେହି ମନ୍ଦ ମଳୟ 

ଧରାବାସୀଙ୍କ ଉଦାସୀ ମାନସପଟେ 

ସତେଜିତ କରଣେ l


ନବୋନ୍ମାଦନା ଦେଇଛନ୍ତି ଭରି ଆଜି 

ଋତୁରାଜବିଶ୍ୱବାସୀ ଜୀବଜନ୍ତୁ-ମନପ୍ରାଣେ 

ବରଷକୁ ଥରେ,

ସେହି ଯେ ଋତୁସାମ୍ରାଟ 

ନନ୍ଦନକାନନ ନିବାସୀ ' ବସନ୍ତ '

ମର୍ତ୍ତ୍ୟ ଆଗମନେ ପ୍ରକୃତି-ସ୍ଥିତି-ସ୍ଥାପକ ନିଷ୍କାମ ଚିତ୍ତରେ l


କେତେ ସୁନ୍ଦର ତଵ ଆହେ ବସନ୍ତରାଜ ସତେ ଏଇ ଉପଢୌକନ 

ରାଜି ମାନବୀୟ ବିଷାଦହାରୀ 

ପୁଣ୍ୟ ରଞ୍ଜକ,

ମନୁ ଯାଏ ଅପସରି ଆମ ଆବିଳତା 

ଆଜି ଭବ କ୍ରୁର ସାଗରର ଧୃଷ୍ଟତା 

ଆସର ତଵ ଅମୃତ ସ୍ପର୍ଶେ କାହିଁକି 

ନା ତୁମେ ଅଟ ଚିର ଖଦ୍ୟୋତ ସୂଚକ l


ଅନୁରୋଧ କରୁଛୁ ତୁମକୁ ଆହେ 

ମଧୁରାଜ "ବସନ୍ତ" ନକର ଉଣା କେବେ

ତୁମ ମନ ଦେଖି ଆଜି 

ରୂପ କିମ୍ଭୁତକିମାକାର ବସୁମାତାର,

ଆସୁଥାଅ ତୁମେ ଏମିତି ଚିରନ୍ତନ 

ଆଧୁନିକ ଶିଳ୍ପକଳାନିପୁଣା ଆମ 

ବସୁମାତା କୋଳକୁ କରି ଆଲୋକିତ 

ଆଉ ଘେନି ଆମ ବିନମ୍ର ପ୍ରଣିପାତ

କରନା କେବେ ବି ଆମକୁ ହତାଦର l


Rate this content
Log in