Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ଶିଶିର ବଖାଣ

ଶିଶିର ବଖାଣ

2 mins
253



ହାଡ଼ଭଙ୍ଗା ଶୀତର ପ୍ରକୋପ

କରିଦିଏ ମନଟାକୁ ଚଞ୍ଚଳ

ଆଉ କ୍ଷିପ୍ର ମାଘ ମାସରେ,

ଜଳୀୟବାଷ୍ପ ବାହାରି ପାଟିରୁ

କେତେ ଉଡୁଥାଏ ଓଠ ଭେଦି

କହି ପିଇବାକୁ ଗରମ ଚା

ରାସ୍ତାକଡ଼ ଦୋକାନରେ ll


ପ୍ରକୃତିରାଣୀର ରୂପ ସମ୍ଭାର

ମନକୁ ନିଏ କିଣି ଜନପଦେ

ଅରଣ୍ୟ ପ୍ରାନ୍ତରେ,

ଅପରୂପ ସୌନ୍ଦର୍ଯ୍ୟର

ଆଭାରେ ସଜ୍ଜିତ ଲଳନାଗଣ

ଗ୍ରାମ୍ୟ ପରିବେଶେ କାର୍ଯ୍ୟବ୍ୟସ୍ତ

ସେମାନେ ହରଷରେ ll


କାଲୁଆ ପବନ ମିଶା କଅଁଳିଆ

ଖରା ସକାଳର ଭରିଦିଏ ପ୍ରାଣେ

ଅପାର ଚମତ୍କାରୀ ଗୁଣ କରି

କର୍ମତତ୍ପର ଚାଷୀଗଣେ ଲଙ୍ଗଳ

ଧରାଇ ହସ୍ତେ,

ସୃଷ୍ଟି କରେ ଅପୂର୍ବ ରାଗିଣୀ

ଶଗଡ଼ ଚକର ଗଡ଼ଗଡ଼ ରବ

ଗ୍ରାମ୍ୟ ରାସ୍ତାପରେ ମିଶି

ବଳଦବେକର ଘଣ୍ଟିରବ ସାଥେ ll


ଗାଁ ପାଖ ଅରଣ୍ୟ ଘେରା

ପାହାଡ଼ର ସବୁଜିମା ଲୁଚି

ଯାଏ ଘନ କୁହୁଡ଼ି ବଳୟେ

ଦର୍ଶାଏ ସୌନ୍ଦର୍ଯ୍ୟ ତୋରଣ l

ଉଈହୁଙ୍କା ଗାତରୁ ଫଣା

ଟେକି ଗୋଖର ପୁଇଁ ଚାଲେ

ଖରା ଦୋହଲି ଦୋହଲି

ଦୁଇ କେନିଆ ଜିଭଟାକୁ

ଲହ ଲହ କରି ଅକାରଣ ll


ବସ୍ତାନି ବହି କାନ୍ଧେ ଶିକ୍ଷା

ନବିଶ ଗଣ ପଦ ବାବୁଙ୍କ

ଗାଡ଼ିରେ ଅବା ଶୁନଗାଡ଼ି

ଚଢ଼ି ଯାଉଛନ୍ତି ବିଦ୍ୟାଳୟକୁ

ସାଦରେ କଥା କହି କହି,

ବିଦ୍ୟାଳୟେ ପହଞ୍ଚି ପକାଇ

ହାଜିରା ମାତି ଯାଆନ୍ତି

ପାଠରେ ଗୁରଜୀ ଗୁରୁମାଙ୍କ

ଆଜ୍ଞା ନିଜ ଶିରେ ବହି ll


ସହରିଆ ବାସିନ୍ଦା ମଜା

ଉଠାନ୍ତି ରାସ୍ତା କଡ଼ ଦୋକାନେ

ଚାବିସ୍କୁଟ ପାନ ଖାଇ ସାଇକଲ

ବାଇକି ଧରି ପାନ ଚୋବେଇ

ବିଡ଼ି ସିଗାରେଟ ଧୂଆଁ ଛାଡ଼ି ଛାଡ଼ି,

ଦୁନିଆଁଦାରୀ ସୁଖଦୁଃଖ କଥା

ଝିଅପୁଅ ବାହାଘର ସାହି କଳି

ତକରାର,କଟା କଟି ବାଳଚୁଟି

ଭଣ୍ଡାରୀ ଦୋକାନେ ବଖାଣି

ଚାଲନ୍ତି ତଲ୍ୱାର

ମୁଛରେ ମାରି ହାତ ମାଗୁର

ମୁଛକୁ ମୋଡ଼ି ll


ସହରୀ ଠେଲାଗାଡ଼ି ଯାଏ

ଗଡ଼ି ଗଡ଼ି ଲୋକାରଣ୍ୟ ରାସ୍ତା

କଡ଼େ କଡ଼େ ବରା ଆଳୁଚପ

ପିଆଜି ଘୁଘୁନି ଛାଣି ଛାଣି,

ଠେଲା ଗାଡି ଚାଟ ଵାଲା

ବେଦମ ହୁଏ ଚାଟ ବିକି ବିକି

ସହରିଆ ବାବୁମାଙ୍କୁ ମିଠା

କଥାରେ ମଜ୍ଜାଇ, ପୁରାଇ

ଥଳିରେ ଟଙ୍କା ଗଣି ଗଣି ll


ନବ ଦମ୍ପତିଗଣଙ୍କ କମଳ

ତଳ ଶୁଆଣି ଆଉ ଉଷୁମ

ଟଣା ମତୁଆଲାପଣିଆ

ଶୀତକୁ କରନ୍ତି ଭୁରି

ପ୍ରଶଂସା ଅଟକାଇ ଗୋଡ଼

ଧରି ନଯିବାକୁ ଚାଲି ଏତେ

ସହଳ,

ନବବିବାହିତ ସେମାନେ

ଲଭନ୍ତୁ ସୁଖ ଆଉ ଟିକେ

ବେଶୀ ରତି ସୁଖେ ମାତି

ସଂସାର ଗଢ଼ନ୍ତୁ ବହଳ

ରକ୍ଷା ଜରି ନିଜର ପିତୃକୁଳ ll


ଧନୀ ବାପୁଡ଼ା ଅଳସୁଆଗଣେ

ଶୀତ ଆଣିଦିଏ କଚେ ପୁଅ

ବାର ସୁରାସାକୀ ଗ୍ରହଣେ,

ଅତି ଅନୁକୂଳ ଏଇ ବେଳ

ଚିକନୀ ମଟନ ଭକ୍ଷଣେ ଆଉ

ପ୍ରିୟାପ୍ରୀତି ତୋଷଣେ କରେ

ସଦା ଆପ୍ୟାୟିତ,

ଜାଡ଼ଦିନ ବଡ଼ ସରଗରମ

ପୁନିଅଁ ପରବ ବାହାଘର

ଅନୁଷ୍ଠାନ ଜନମନ କରେ

ହରଣ ଭୁଞ୍ଜାଇ ସଜ

ପନିପରିବା କୋଳି ଫଳମୂଳ

ଗ୍ରହଣେ ଜନେ ପୁଲକିତ ll


ଲକ୍ଷୀମନ୍ତିଆ ଦିନ ଏଇ ଆମ

ଶୀତ ଦିନ କରଇ ପଦାର୍ପଣ

ବରଷକୁ ଥରେ ଢାଳି ତାର

ମନ ପ୍ରାଣ ଜନମାନସ-ବପୁରେ

ଜୀବନିକା କରେ ରୋପଣ,

ଆସୁଥାଅ ଏମିତି ପ୍ରତି ବରଷ

ଆହେ ଶୀତରାଣୀ ଗୁଣମଣୀ

ବିଶ୍ୱବାସୀଙ୍କ ମନେ ପ୍ରାଣେ

ଖେଳାଇ ଚିର ଯୁବାଶିହରଣ ll

   


Rate this content
Log in