Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ଭାବପ୍ରକାଶ

ଭାବପ୍ରକାଶ

1 min
398


 

ସ୍ବପ୍ନ ଆସେ ଜୀବନରେ ଅନେକ ବାର

ଗୋଟିଏ ହୁଏନା ବାସ୍ତବରେ ସାକାର l


ବୟସର କୃଷ୍ଣଚୁଡା ଝଡ଼ିବାକୁ ଉଦ୍ୟତ

ଶୃଙ୍ଗାର କରି ବୟସ୍କ ତନୁକୁ ଉନ୍ମତ୍ତ l


କେତେ ଆଶା ବୟସ୍କ ମନରେ ସତେ

ବନିବାକୁ ସ୍ୱପ୍ନର ରାଜକୁମାର ମରତେ l


ବାସ୍ତବତାକୁ ରଙ୍ଗତୁଳୀରେ ସଜାଇ

ଲେଖନୀ ସାଜେ ସମ୍ରାଟ ସ୍ୱପ୍ନକୁ ମନାଇ l


ତଥାଗତ ଭାବନାର ଖିଅକୁ ସଜାଡ଼ି

ପଦସ୍ରଷ୍ଟା ତୁଳୀ କାଗଜେ ରଂଙ୍ଗ ଢାଳି l


କେତେ ରମ୍ୟ ରଚନା ହୁଏ ସୃଷ୍ଟି ଆଜି

ଯତିପାତ କରେ କେତେ ସେ ପଙ୍କ୍ତିପୁଞ୍ଜି l


ସମ୍ପୂର୍ଣ୍ଣ ସୁଯୋଗ ଆଉ ନମିଳେ ଭାଇ

ଯେତିକି ମିଳୁଛି ପଥ୍ୟ ନଉଛି ଚଳାଇ l


ଏକବିଂଶ ଶତାବ୍ଦୀର ଆଧୁନିକ ପଦ୍ୟ

ସାଉଁଟି ସାଉଁଟି ଚାଲିଛି ମୁହିଁ ଯଥାସାଧ୍ୟ l


ବହୁ ଆଶା ମନେ ଆସେ ପୂର୍ଣ୍ଣକରଣେ

ହେବ ବିଳମ୍ବେ ସମ୍ଭବ ସ୍ଵକଲମ ମୁନେ l


ଗଳ୍ପଦର୍ପଣର କାଚ ସ୍ୱଚ୍ଛ ଅତି ଅଧୁନା

ବହୁ ପ୍ରତିବିମ୍ବେ ପ୍ରତିଫଳିତ ସୁମନନା l


ଭବିଷ୍ୟତ କାବ୍ୟ କଳିକାର ସଂକଳନ

ନିଶ୍ଚୟ ଝଲସି ଉଠିବ ସ୍ବଦେଶ ମାମନ l


ଜଗତର ନାଥ ଦେଖନ୍ତି ସବୁ ଚକାଆଖି

ଗଳ୍ପଦର୍ପଣେ ପ୍ରତିବିମ୍ବିତ ହେବ ବିଶ୍ଵାଖି l

    


Rate this content
Log in