STORYMIRROR

Smruti Ranjan Tripathy

Abstract Tragedy

5.0  

Smruti Ranjan Tripathy

Abstract Tragedy

ଅସ୍ତିତ୍ବ

ଅସ୍ତିତ୍ବ

1 min
14K




ବୋଉଲୋ କାହିଁକି ତୁ ଵିଲାପୁଛୁ?

ଖୋଜୁଛୁ ମୋ ଭୌଗଳିକ ସ୍ଥିତି, କେମିତି ଝାଳଉଛି ମୋ ମୁମୂର୍ଷୁ ଆତ୍ମା

ତୋ ଲୁହ ଅନଳରେ, ମୋ ଉପସ୍ଥିତିର ଦ୍ବନ୍ଦରେ

ମୁଁ ତ ତୋ' ଜ୍ୟାମିତିକ ବିଶ୍ଲେଷଣର ଅଛିଣ୍ଡା ଉପପାଦ୍ୟଟିଏ, ଅଲୋଡା ଅସ୍ତିତ୍ଵଟିଏ..

ଚଢେଇ ସିନା ନୀଡ଼କୁ ଫେରେ, ନଈ ଫେରେନାଇଁଲୋ କୂଳକୁ

ଜଗତଯାକର ପାପ ବୋଧେ ମୁଁ କରିଛି, ଅଫେରା ବାଟକୁ ବୋଧେ ମୁଁ କୂଳ ଲଂଘିଛି

ସଭିଙ୍କ ଭାଗ୍ୟରେ କଣ ଥାଏ ଜହ୍ନ ରାତି, କାହା ପାଇଁ ବି ଥାଏ ଉଆଁସୀ ଅମାବାସ୍ୟା ପ୍ରୀତି

ଅବ୍ୟକ୍ତ ଝରଣା ଗୀତି ...


ସାତ କଳସ ଆଠ ଦୀପ, ହୋମ ଅଗ୍ନିର ନିରୋଳା ଆହ୍ବାନ

ତୁ କରୁଥିଲୁ ପୁଷ୍ପାଶୀର୍ବାଦ ବେଦ ମନ୍ତ୍ର ଧ୍ୱନିରେ

ମୁଁ ଥିଲି ଅଵୋଧ କୀଟଟିଏ ପରି କଣ୍ଟକିତ ପଥ ମୋହରେ, ଅଚିହ୍ନା ସାଥିର ଭ୍ରମରେ...

ବାଘ କାମୁଡ଼ାଠୁ ବାଘ ଘୋଷରା ଭାରି କଷ୍ଟ ଦାୟକ ଲୋ ବୋଉ

ଆଜ଼ି ବି ଖୋଜୁଛୁ ମୋ ଅସ୍ତିତ୍ବ , ଠିକ ଯେମିତି ବାହୁନୁଥିଲୁ

ମୋତେ ତୋ'ଠୁ ଅଲଗା କରିବାର ଧୃଷ୍ଟତାରେ , ମୋ ସନ୍ଦିହାନ ସତ୍ତା'ର ଶେଷ ଯାତ୍ରାରେ..


ବୋଉଲୋ! ଫୁଲ ପତନରେ ଶବ୍ଦ ନଥାଏ , କାଳ ଭ୍ରମଣରେ ଭ୍ରମ ଥାଏ

ମୋ ଛାଇ ମୋ ପାଇଁ ଅଛୁଆଁ, ଏଠି ବେଦୀ ପଢୁଆଁ

ମୋତେ ତ ପାହାଡ କରିଛୁ , ଉଚ୍ଚା ହେଲେବି ଆକାଶ ତଳେ

ପାହାଡ଼ରୁ ଝରୁଥିବା ନଈ କଣ ସାଗର ଦୂରତା ପଚାରେ

ଦେଖ ! ମୁଁ ବି ରକ୍ତ ଝରେଇଛି କୁଳୁକୁଳୁ ହୋଇ ବହୁଥିବ

ତୋ ସେନେହ ପଣତ ତଳେ, ମୋ ଉପସ୍ଥିତିର ଆଶ୍ୱାସନାରେ

ସିନ୍ଦୁର ଫାଟିଲାଣିଲୋ ବୋଉ , ଯା ଦେଖିବୁ

କାଉ ବସାରେ କୋଇଲି ଛୁଆଟା କେମିତି କା' କା' ଡାକୁଛି ମୋ ଅସ୍ତିତ୍ବ ବାହାନାରେ ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract