ଅସମ୍ଭବ ସପନ ଦେଖନି
ଅସମ୍ଭବ ସପନ ଦେଖନି
ପ୍ରତ୍ଯେକ ପ୍ରାଣରେ ଥାଏ ଗୋଟିଏ
ହୃଦୟଟିଏ
ବିଚାର ବିବେକ ବୁଦ୍ଧି ଯୋଗୁ ମଣିଷ
ଶ୍ରେଷ୍ଠ ବୋଲାଇ ଥାଏ ।
ଭବିଷ୍ୟତ କଅଣ ଘଟିବ ତାହା କି
ଜାଣିଛି କିଏ
ସମସ୍ତ ଦଶାକୁ ଭୋଗିବାକୁ ହେବ,
ନିର୍ଦ୍ଦେଶିତ ସିଏ ।
ମଣିଷର ମନ ପବନଠୁ ଗତି, ହୁଏ
ଚଳ ଚଞ୍ଚଳ
ଜନ୍ମଠୁ ମରଣ ଯାଏ ଖୋଜୁଥାଏ
ଖାଲି ପ୍ରତିକୂଳ ।
ଅନ୍ଧାରରେ ମଧ୍ୟ ସେଇ ସପନ ଖୋଜେ
ମମତାର ଝର
ଅନୁକୂଳେ ହଜେ, କଷ୍ଟପାଏ, ତଥାପି ବି
ଠିଆ ସଂସାର ଭିତର ।
କିଛି ଲୋକ ଜୀବନ ରାସ୍ତାରେ ଆସନ୍ତି
ଅଦିନେ କୁଣିଆ ହୁଏ
ଛଳନାରେ ଭାଙ୍ଗିଯାଏ ସପନ ହୂଦୟରେ
ବିଷାଦ ରହେ ।
ପ୍ରେମରେ ବାନ୍ଧିଲେ ବନ୍ଧୁତ୍ୱ, ରୁହେନି ଦୁଃଖ
ରାଗରୋଷ ଦୂରେଇ ଯାଏ
ନିଷ୍କପଟତାରେ ହୃଦୟରେ ମମତାର ଧାର
ଖୁସି ପ୍ରେମ ଭରିଯାଏ ।
ହୃଦ ବିଦାରକ କାହାଣୀ ହୃଦୟରେ ସୃଷ୍ଟି
କରେ ଆଲୋଡ଼ନ
ତଥାପି, ମଜ୍ଜୁଥାଏ, ବଢୁଥାଏ, ଚଢୁଥାଏ,
ଏଇତ ମଣିଷ ଜୀବନ ।
ମନ ତ ପ୍ରଜାପତି ନିତି ଦେଖେ କେତେ
ନୂଆ ନୂଆ ସପନ
ଅସମ୍ଭବ ସପନ ଦେଖିନି, ନହେଲେ ହେବ
ମନ ଅବଶୋଷ, ତା କାରଣ ।
ଦୟା, କ୍ଷମା, ତ୍ୟାଗ ସଂଯମତା ଗୁଣ
ସବୁରେ ଶୁଦ୍ଧ ହୁଏ ଆଚରଣ
ହିଂସା, ଲୋଭ, କ୍ରୋଧ, ପର ନିନ୍ଦା ତ୍ୟାଗ
କଲେ ସାର୍ଥକ ହେବ ଜୀବନ ।
ଦୁଃଖ ହେଉ ବା ସୁଖ, ସର୍ବଦା ରୁହ ହସ
ହସ ମୁଖ ମନ ମଧ୍ୟରେ
ମନ ହୃଦୟକୁ ଖେଳନି କେବେ ଜାଣତରେ
ଅବା ଅଜାଣତରେ ।
ବିବେକ ଯେତେ ବଖାଣିଲେ, ମଣିଷ
ନିଜେ ନପାରିଲେ ବୁଝି
ବାସ୍ତବ ଜୀବନରେ ଅଦିନିଆ ଝଡ଼ ତ
ଆସିବ, ଦେବ ଶୁଝି ।
ବିବେକର କଥାରେ ମନ ଚାଲିଲେ ପାଇ
ଥାଏ ସଦା ସୁଖ ଶାନ୍ତି
ହସି ଖେଳି ନାଚି କୁଦି ପାଏ ସ୍ନେହ ପ୍ରୀତି,
ଏହା ତ ଜୀବନର ପ୍ରକୃତ ମୁକ୍ତି ।