STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

1 min
299


ମାତୃଭୂମି ଆଜି ଗୁମୁରି ଗୁମୁରି କାନ୍ଦୁଅଛି କିଆଁ କହ

ବିଷର୍ଣ୍ଣ କାହିଁକି ଉତ୍କଳ ଭାରତୀ ଆଖିରୁ ଝରାଇ ଲୁହ

ନିରବି ଯାଇଛି ଶ୍ଵେତବୀଣା କିଆଁ ଶୁଭେନାହିଁ ଗୁଞ୍ଜରଣ

କହରେ ସମୟ କାହିଁକି ଏପରି ଦୁଃଖ ର ୟେ ଆସ୍ତରଣ ।।


ଆକାଶ ପାତାଳ ବସୁନ୍ଧରା ସବୁ ନିଶଦ୍ଦେ ହୋଇଛି ସ୍ଥିର

କେଉଁ ଅପଦେବତାର ଅଭିଶାପେ ଶୁଭେ ୟେ କାନ୍ଦଣା ସ୍ଵର

ଖସିପଡିଲା କି ସୁବର୍ଣ୍ଣ ପାଦପୁ ତା ଅମୃତ ଫଳ ଆଜି  

କିଏ ସେ ସେ ଦୁଷ୍ଟ ଦୁର୍ଜନ ଖଳ ଖସାଇଲା କେଉଁ ପାଜି ।।


ଏପଟେ ଦୁଃଖ ସେପଟେ ସରଗେ ଦୁନ୍ଦୁଭି ଶବଦ ଶୁଭେ

ତୋରଣ କାପାଇଁ ସଜା ହେଉଅଛି ସରଗ ସିଂହ ଦ୍ଵାରେ

ନନ୍ଦନ ବନରୁ ତୋଳି ପାରିଜାତ ଦେବାଙ୍ଗନା ମାନେ ମିଳି

ଗଜରା ଗୁନ୍ଥନ୍ତି ଧୂପ ଦୀପ ସଜା କାପାଇଁ ନୈବେଦ୍ୟ ଥାଳି ।।


ଗନ୍ଧର୍ବେ ବଜାନ୍ତି ମୃଦଙ୍ଗ ମଧୁରେ ସ୍ଵାଗତ ଗୀତର ସ୍ଵର

ତାଳେ ତାଳେ ନୃତ୍ୟ ରତ ଅପସରା କା ପାଇଁ ସର୍ବେ ଅଧିର

ମାଟି ମାଆ କୋଳ ଅମୂଲ୍ୟ ରତନ ସରଗରେ ଉପଗତ

ମନୋଜ ଦାସଙ୍କ ସ୍ଵର୍ଗ ଅଭିଜାନେ ଦେବତା କରନ୍ତି ନୃତ୍ୟ ।।


ସାହିତ୍ୟ ଆକାଶ ଜହ୍ନ କହିବାକୁ ସାହସ ଜୁଟଇ ନାହିଁ

ଜହ୍ନରେ କଳଂକ ତୁମେ ନିଷ୍କଳଙ୍କ ବାଗ୍ମୀ ପୁରୁଷ ତ ତୁହି

ସାହିତ୍ୟ ବିଥୀକା ପୁଷ୍ପ ତ ନୁହେଁ ଫୁଲ ଫୁଟି ଝଡିପଡେ

ଅମଳିନ ପୁଷ୍ପ ତୁମେତ ମନୋଜ ସାହିତ୍ୟ ବୃକ୍ଷର ଡାଳେ ।।


ଏ ଠାରେ ପଡ଼ିଛି କାନ୍ଦ ବୋବାଳି ସେଠାରେ ତ ମହୋତ୍ସବ

ଏଠାରେ ଅବେଳେ ଆସି ନୃତ୍ୟରତ ୟେ କେଉଁ କାଳ ଭୈରବ 

ଏଠାରେ ବିଦାୟ ରଙ୍ଗର ଅବିର ସେଠାରେ ଫୁଲର ବର୍ଷା 

ଶୋକ ସାଗରରେ ଭସାଇ ଆମକୁ ଭାଙ୍ଗି ଆମ ସ୍ଵପ୍ନ ଆଶା ।।


ସରଗ ରାଇଜେ ବିଷ୍ଣୁ ପଦତଳେ ଲିନହେଉ ଆତ୍ମା ତୁମ

ବିଦାୟ ବେଳାରେ ପଦ୍ମଭୂଷଣ(କବି)ଅଶ୍ରୁଳ ପ୍ରଣାମ ଘେନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy