STORYMIRROR

Subrat Malik

Abstract Horror Tragedy

3  

Subrat Malik

Abstract Horror Tragedy

ଅସହାୟ ମନୁଷ୍ୟ

ଅସହାୟ ମନୁଷ୍ୟ

1 min
166

ଯୁଆଡେ ଚାହିଁବ କୁଢ଼ କୁଢ଼ ଶବଙ୍କ ପସରା ଶବମାନଙ୍କ ଓଜନ ଭାରରେ ସର୍ବଂସହା କ୍ଲାନ୍ତଶୁଭୁଛି ଚାରିଆଡ଼େଲୁହ ଆଉ କୋହର ଆର୍ତ୍ତନାଦମୁହଁ ଲୁଚାଇ ମଶାଣୀ ଖୋଜିଲାଣି ନିଜ ପାଇଁ ସ୍ଥାନଶୁଖିଲା କାଠ ପରିନଦୀରେ ଭାସିଲେଣି ପରଦେଶୀ କିଛିଶାଗୁଣା ତ କେବେଠୁ ବିଲୁପ୍ତ ଆଉ ବିଲୋପ୍ତ ଅଭିମୁଖେମଡ଼ାଖିଆ ଅଛନ୍ତି ଯେତକ ।।ବିବିଧ ବିଜ୍ଞାନର ଛତ୍ରଛାୟେ ଆପଣାକୁ ବୋଲାଉଥିବା ସର୍ବଶକ୍ତିମାନଆଜି ସ୍ଥାଣୁ, ଅସହାୟ ,ଅପାରଗ କୁଳ ବୁଡ଼ା ଢାଉକ ସାଜିଡାକିଆଣିଛି ସ୍ୱସମାଜର ଧ୍ବଂସକୁ ।।ଦାନ୍ତ ଲେଫଡେଇ ହସୁଛି ପ୍ରକୃତିମଣିଷ ପାଇଁ ମଣିଷ ମରୁଛି ବୋଲିବିସ୍ତାରବାଦୀ ରୋଗରେଏବେବି ପୀଡ଼ିତ ଦେଶବିକାଶ ଯଦିଓ ପହଞ୍ଚିସାରିଲାଣି ମଙ୍ଗଳ ଗ୍ରହତଥାପି ମୃତ୍ୟୁ ସାମ୍ନା କରିବାକୁ ସର୍ବତ୍ର ଭୟ ।।ନାସ୍ତିକ ବି ଆଜି ଖୋଜୁଛି ଈଶ୍ୱର ପ୍ରଶ୍ନ ପାହାଡ଼ ଉପରେ ଠିଆ ହୋଇ ଚାହୁଁଛି ଉତ୍ତରଏ ମୃତ୍ୟୁର ତାଣ୍ଡବ ପାଇଁପ୍ରକୃତରେ କିଏ ଦାୟୀ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract