STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ଅଶାନ୍ତ ସହରେ ଖୋଜୁଛି ଶାନ୍ତି

ଅଶାନ୍ତ ସହରେ ଖୋଜୁଛି ଶାନ୍ତି

1 min
296


ଜୀବନରେ ମୋର ନାହିଁ ଟିକେ ଶାନ୍ତି

ନାହିଁ କିଛି ଅଧିକାର

ସମାଜ ଆଗରେ କେତେ ଯେ ଲାଞ୍ଛନା

ଥଟ୍ଟା ପରିହାସ ମୋର।


କରିଥିଲି ଆଶା କେତେ ଯେ ଭରସା

ତୁମକୁ ପାଇଲା ପରେ

ପ୍ରିତୀ ବନ୍ଧନରେ ବାନ୍ଧିଵି ତୁମକୁ

ହୃଦୟ ଅନ୍ତରେ ଘରେ।


ବିଧିର ବିଧାନ କେ କରିବ ଆନ

ଚୂନା ହେଲା ଆଶା ମୋର

ହାତ ଧରି ମୋର କରିଦେଇ ପର

ଚାଲିଗଲ ବହୁ ଦୂର।


ଶାଶୁ ନଣନ୍ଦ ମୋ କଂସେଇ ସାଜିଲେ

ତୁମେ ଗଲା ପରେ ପରେ

କେତେ ଯେ ଯାତନା ଅବା ଲାଞ୍ଛନା

ସହିଛି ମୁଁ ଜୀବନରେ।


କେମିତି ବଞ୍ଚିବି କୁହ ସାଥୀ ତୁମେ

ଚାଲିଗଲ ଏକା କରି

ମନେ ଦୃଢ଼ କରି ଚାଲୁଅଛି ମୁହିଁ

ବିଶ୍ୱାସର ହାତ ଧରି।


ତୁମର ସନ୍ତକ ନିଷ୍ପାପ ଶିଶୁଟି

ମନରେ ଦିଅଇ ବଳ

ହାରିଯିବି ନାହିଁ ଜୀବନ ଯୁଦ୍ଧରେ

ନିଶ୍ଚୟ ହେବି ସଫଳ।


ତଥାପି ମନଟା ହୁଏ ଅସହାୟ

ବାରମ୍ବାର ହୁଏ ଅସ୍ଥିର

କିପରି ଲଢିଵି ମଣିଷ କରିବି

ଏହି ଶିଶୁଟିକୁ ମୋର।


ଅର୍ଥ ଦୁର୍ବିପାକ ବାଧକ ସାଜିଛ

ି

ମୋର ଏହି ଚଲାପଥେ

ଖାଇବାକୁ ଦାନା ପିନ୍ଧିବାକୁ କନା

କିଛି ନାହିଁ ମୋର ହାତେ।


ମୁଣ୍ଡ ଗୁଞ୍ଜିବାକୁ ନାହିଁ ଟିକେ ଜାଗା

ନାହିଁ ଯେ ଚାଳ ଛପର

କେବେ ରାସ୍ତା କଡେ ଆବର୍ଜନା ଠାରେ

ଘୂରେ ମୁଁ ବାର ଦୁଆର।


ଶିକ୍ଷିତ ସଭ୍ୟତା ଉଡାଏ ଯେ ମଜ୍ଜା

ଅସହାୟ ବ୍ୟକ୍ତିକୁ ଦେଖି

କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୁଅନ୍ତି

ଏଡ଼ାଇ ନିଅନ୍ତି ଆଖି।


ହାଏରେ ଵିଧାତା ବିଶ୍ୱ ସୃଷ୍ଟିକର୍ତ୍ତା

ତୁମର ଏ କି ବିଚାର

ଦୁର୍ବଳ ଉପରେ ସଵଳର ପୁଣି

ହୁଅଇ ଯେ ଅତ୍ୟାଚାର।


ନାରୀ ବୋଲି ମୋତେ ଅସହାୟ ସତେ

ସମାଜ ଦିଅଇ ଧୋକ୍କା

କୂପ ମଧ୍ୟେ ଯେହ୍ନେ ରହିଥାଏ ବେଙ୍ଗ

ସଭିଏଁ ମାରନ୍ତି ଟେକା।


ତଥାପି ବଞ୍ଚିଛି ଅସ୍ଥିତ୍ୱକୁ ନେଇ

ହେବି ନାହିଁ ମଥାନତ

ଝଡଝଞ୍ଜାକୁ ମୁଁ ସହ୍ୟ କରିନେଵି

କରିଛି ବଜ୍ର ଶପଥ।


ନାରୀ ନୁହେଁ ମୁଁ ଯେ ଅଵଳା ଦୁର୍ବଳା

ପରିଚୟ ଖୋଜି ଵୁଲୁଛି

ଅଶାନ୍ତ ସହରେ ଖୋଜୁଛି ମୁଁ ଶାନ୍ତି

ମନରେ ବିଶ୍ୱାସ ରହିଛି।



Rate this content
Log in

Similar oriya poem from Tragedy