STORYMIRROR

Debadatta Jena

Romance Tragedy Classics

3  

Debadatta Jena

Romance Tragedy Classics

ଅରମାନ..

ଅରମାନ..

1 min
253

ହେ ରାଧେ..

କେମିତି ଅବା ମୁଁ କହି ପାରିଥାନ୍ତି,

ସୀମାହୀନ ପରିସୀମା ଯେ ତୁ,

ସସୀମରେ ଅବା ଅସୀମରେ ତୁ 

ଅସମାହିତ ଅପରିସୀମ ତୁ,,,

କେଉଁ ଦୃଷ୍ଟିରେ ମୁଁ ଦେଖି ପାରିଥାନ୍ତି,

ସମ୍ୟକ ଦୃଷ୍ଟି, ଅନ୍ତଃଦୃଷ୍ଟିରେ ତୁ,

ଦୃଢ ଇଚ୍ଛା ଶକ୍ତି ଭେଦି ପାରିଥାନ୍ତି,

କଳ୍ପନାର ପରି ବ୍ୟାପ୍ତି ଵି ତୁ..!

କେଉଁ ରେଖା ଚିତ୍ର ଆଙ୍କି ମୁଁ ଥା'ନ୍ତି,

ରଖାଙ୍କିତ କଳ୍ପ ରେଖା ତ ତୁ,

ସମାନ୍ତର ଅବା ଅସାମନ୍ତର ଚିତ୍ର,

ସମାନ୍ତର ସରଳ ରେଖା ଵି ତୁ,,,

କେଉଁ ଭାବନାର ମୂର୍ତ୍ତିମନ୍ତ ଛବି

କେଉଁ ମୂର୍ଚ୍ଛନାର ପ୍ରାଣ ବିନ୍ଦୁ ତୁ,

ସୁକ୍ଷ୍ମ,ସ୍ଥୂଳ ଅବା କୁଣ୍ଠିତ ଆବେଗ 

ଭାବାବେଗ କେନ୍ଦ୍ର ବିନ୍ଦୁ ଵି ତୁ..!

କେମିତି ସତେ ମୁଁ ଇଛି ପାରିଥାନ୍ତି,

ଅନୁଭବର ଇତିବୃତ୍ତ ଵି ତୁ,

କେମିତି ଅବା ମୁଁ ମୂର୍ଛି ପାରିଥାନ୍ତି,

ଆତ୍ମପୋଲବ୍ଧି ଆତ୍ମ ସତ୍ତା ତୁ,,,

କେଉଁ ଆଧାରରେ ଧ୍ୟାଇ ମୁଁ ଥା'ନ୍ତି,

ଅବଧାରଣର ଧାରଣା ତ ତୁ,

ସ୍ୱାଭିମାନ ଅବା ଅଭିମାନ ଚିତ୍ତେ

ସର୍ବ ସତ୍ତ୍ୱ ଅରମାନ ଵି ତୁ..!


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance