STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ଅରିନ୍ଦମ, ସୀତାରାମ

ଅରିନ୍ଦମ, ସୀତାରାମ

1 min
271

ସହସ୍ର ଫଣା ତୋଳି ଗର୍ଜଇ ମହାନଦୀ, କୂଳ କିନରା ଅଦୃଶ୍ୟ ରୂପ ମର୍ମ ଭେଦି

ଅଥଳ, ଅମାପ ଜଳ ପ୍ରଖର ତା ସ୍ରୋତ, ଅଶାନ୍ତ ଗତିରେ ଲଂଘେ ପ୍ରଚଣ୍ଡ ଉଦ୍ଧତ ।।


ୟେବେଳେ ନିୟତିର ୟେ କି ବିଚାର ଥିଲା, ଅକସ୍ମାତ ଗଜରାଜ କାହୁଁ ସେ ଆସିଲା

ହାତୀ ନୁହେଁ କାଳ ଏତ ନିୟତି ର ଛନ୍ଦ, ଉଛୁଳା ନଈରେ ଆସିହେଲା ଉପଗତ ।।


ଉଦ୍ଧାର କରିବା ପାଇଁ ଓଡରାଫ ଦଳ, ସଙ୍ଗେ ଗଲେ ଅରିନ୍ଦମ ହୋଇଣ ଉତ୍-ଫୁଲ୍ଲ

ହାତୀ ଉଦ୍ଧାର କରିବେ ଦେବେବି ସମ୍ଵାଦ, ଦୁର୍ଦ୍ଧର୍ଷ ସାହସୀ ଦେବ କାହାଣୀ ଜୀବନ୍ତ ।।


 ପ୍ରଶ୍ନବାଚୀ ସୃଜେ ଏଠି ନିଷ୍ଠୁର ନିୟତି,  କିଏବା ରୋକିବ କହ ସମୟର ଗତି

ଚାହୁଁ ଚାହୁଁ ସ୍ରୋତେ ପଡି ବିପରିତ ଦିଗେ, ନେଇ ଓଲଟାଇ ଦେଲା ତା ଉତ୍ତାଳ ଗର୍ଭେ ।। 


ଅକାଳରେ ଚାଲିଗଲା ଅମୂଲ୍ୟ ଜୀବନ, ସୀତାରାମ ମୁର୍ମୁ ସହ ବାବୁ ଅରିନ୍ଦମ

ନିୟତି ବିରୁଦ୍ଧେ ଚେଷ୍ଟା ଅପଚେଷ୍ଟା କରି, ହାରିଲେ ଜୀବନ ଯୁଦ୍ଧେ ଯାଗ୍ରତ ପ୍ରହରୀ ।।


ମୂର୍ଚ୍ଛିତ ସ୍ତବ୍ଧତା କରୁଣ ବିଳାପ ସ୍ଵର, ଶେଷ ସମାପ୍ତି ଗୀତ ଶୁଭଇ ବାରମ୍ବାର

ଆକୁଳେ ଖୋଜଇ ବିଧୁରା ଜନନୀ “ଲୁହ ମନା ମାନୁନାହିଁ” ଜାୟାର ବିକଳ କୋହ ।।


ଦିଗନ୍ତ ବ୍ୟାପି ୟେ ନିଷ୍ଠୁର ନୀଳ ସଲିଳ  ନଦୀ ଗରଭରେ ଖେଳେ ହୋଇ ଝଲମଲ 

ଅଦୃଷ୍ଟର କୃର ଜଳ‌‌ ରୂପି କାଳ ସମ   ଭେଳିକି ରଚିଲା ହେଲା ଶୌର୍ଯ୍ୟ, ବୁଦ୍ଧି ବାମ ।।


ବାପାକୁ ଖୋଜୁଛି ତା’ର ଅବୋଧ ସନ୍ତାନ, ଜନତା ଖୋଜୁଛି ଆତୁରେ ତା ପ୍ରିୟ ଜନ

ଏମିତି ଦୁଃଖଦ ମରଣ ମୁଖକୁ କେହି,  “ଯାଅ ନାହିଁ କେବେ” କହୁଛି ସେ ଦୂରେ ଥାଇ ।।


ଇତିହାସେ ଏହି ଦୁଃଖଦ କାହାଣୀ ମାଳା କଳା ଅକ୍ଷରରେ ଲିପିବଦ୍ଧ ହୋଇଗଲା

ଉଦିତ ସୂର୍ଯ୍ୟ ୟେ ଅକାଳରେ ଅସ୍ତମିତ କାହିଁକି ? କିଏସେ ଦେଖାଇଲା ଏଇ ପଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy