Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Tragedy

3  

Shanti Mishra

Tragedy

ଅପଥର ପଥିକ

ଅପଥର ପଥିକ

1 min
114



ମୁଁ ନୁହଁ ବୋଲି ଧର୍ମ ପଥର ପଥିକ,

ନିଅ ନାହିଁ ମୋର ନିତି କଷଟି ପଥରେ ପରଖ l

ତୁମେ ପରା ଅଟ ଶ୍ରେଷ୍ଠ ବିଚାରକ,

ପଛ ଘୁଞ୍ଚା ଦେଇ ମତେ ନକର ନିର୍ବାକ l


ପାପ ପଙ୍କ ଭରା ମୋ ଜୀବନ ପୁଷ୍କରଣୀ,

ମୋହ ମାୟାରେ ଆଛର୍ଣ ମୋ ସବୁ ସରଣୀ l

ଯାହା ନେଇଯାଏ ମତେ ନର୍କକୁ ଟାଣି ଟାଣି

ଏବେ ଶୋଚନାରେ ଖୋଜେ ତୁମ ଆଶ୍ଵାସନା ବାଣୀ l


ତବାଶ୍ରୟ ବିନା ହୋଇ ନପାରେ ଉଦ୍ଧାର,

ତୁମରି କରୁଣା କେବଳ ମୋର ସହାୟକ l

ବୁଝିବି କିପରି ମୁଁ ବାଚାଳ, ଅଜ୍ଞେୟ ମୂର୍ଖ,

କ୍ଷମା ଭିକ୍ଷା କରେ ଆଜି କରି ପଦ ସ୍ପର୍ଶ l


ଯଦି ଆସୁଅଛ ଆଜି ଏ ଧରା ଧାମ ବୁଲିବାକୁ,

ମାର ମମତା ଦେଇ ଧୋଇବ ମୋର କାଳିମାକୁ l

ଆସିବି ଦର୍ଶନେ, ଅନୁରୋଧ ଆଉ ଅଳି କରିବାକୁ,

ଜନ୍ମ ଜନ୍ମାନ୍ତରର ଅପରାଧ ମନୁ ପାସୋରି ଦେବାକୁ l


Rate this content
Log in

Similar oriya poem from Tragedy