Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Romance Fantasy

4.0  

Prahallad Sahoo

Abstract Romance Fantasy

ଅପ୍ରତ୍ୟାଶିତ ପ୍ରେମ ଓ ରଙ୍ଗୀନ ଗୋଲ

ଅପ୍ରତ୍ୟାଶିତ ପ୍ରେମ ଓ ରଙ୍ଗୀନ ଗୋଲ

1 min
191


ରଙ୍ଗ ମଖା ଗୋଲାପଟିଏ ପରି

ତୁମେ ଅନନ୍ଯ ସୁନ୍ଦରୀ

ହଳଦୀ ମଖା ଦେହେ ତୁମ ବାସ୍ନା ଯାଏ

ଚଉଦିଗ ଭରି

କେଉଁ ରାଇଜର ରାଜନନ୍ଦିନୀ ଗୋ

ମୋ ମନକୁ କଲ ଚୋରି?

ରଙ୍ଗ ମଖା ଗୋଲାପଟିଏ ହୋଇ

ମନ ସିନା କଲ ଚୋରି

ହେଲେ ଆତ୍ମା ମୋର ମାନେନା .ତୁମ ପ୍ରେମେ ଯାଇଛି ପଡି

ପରି ରାଇଜର ରାଜକୁମାରୀ ଗୋ

କେମିତି ଯିବି ପାଶୋରି?

ରଙ୍ଗ ମଖା ଗୋଲାପଟିଏ ଦେଇ ପ୍ରାଣ ଠୁଁ ହେଲ ବଇରୀ

ନାଲି ଓଠୁଁ ତୁମ ମଦମତ୍ତ ହସ ଧାରେ ମୋତି ପଡେ ଝରି

ମେଘ ରାଇଜର ବିଜୁଳି ରାଣୀ ଗୋ

ତୁମେ ମୋ ନିଦ ସବାରି।

ମୁଁ ଏଠି ପାଗଳ ତୁମ ସେହି ପ୍ରାକୃତିକ ସୌନ୍ଦର୍ଯ୍ଯରେ

ତୁମ ଓଠ ପରି ସଜ ଗୋଲାପର ନାଲି ପାଖୁଡାରେ

ତୁମ କମନୀୟ ଅପୂର୍ବ ରୂପ ସମ୍ଭାରରେ

ତୁମେ ସେଠି ଦେଖୁଥିବ ସପନ ଆଉ କା' ବାହୁ ବନ୍ଧନେ

ମୋ ସମୟ ନେଇ ହଜିଯାଇଥିବ ଅସମୟ ପ୍ରହରରେ

ଯେଉଁଠି ଥାଅ ଖୁସିରେ ରୁହ ମୋ ସ୍ମୃତି ଭୁଲି ତୁମ ସ୍ମୃତିରେ

ଦୂର ଆକାଶର ଚିକମିକ

ଅଦୃଶ୍ଯ ତାରାମାନଙ୍କ ଭଳି

ଦୃଶ୍ୟମାନ ହୋଇ ପୁଣି ଅଦୃଶ୍ଯ

ହୋଇଗଲ ଆଖିର ପଲକରେ;

କାହିଁକି ଉଇଁଥିଲ ମୋ

ବୁକୁ ତଳର ମନ ଆକାଶରେ

ପୁଣି ଅଦୃଶ୍ଯ ହୋଇଗଲ କେମିତି ଆଉ କେଉଁ

ଦୂର ଦିଗବଳୟର ଅଜଣା ମୋହରେ ?



Rate this content
Log in

Similar oriya poem from Abstract