STORYMIRROR

jyotsna mayee panda

Classics

3  

jyotsna mayee panda

Classics

ଅପରିଚିତା

ଅପରିଚିତା

1 min
199

ଜୀବନ ର ଛାଇ ଆଲୁଅ ଖେଳ ରେ

ବାରମ୍ବାର ଜୀବନ ର ସ୍ୱତ୍ୱ ହଜିଯାଏ

ବାରମ୍ବାର ସବୁ ସ୍ୱପ୍ନ ଚୁରମାର ହୋଇଯାଏ

ବିଲୁପ୍ତ ହୁଏ ସବୁ ସୁଖ ସେ ପରିଧି ଭିତରେ ll

ଜୀବନ ଜଞ୍ଜାଳ ର ସଞ୍ଜ ସଳିତା ରେ

ତୁମ ଠିକଣା ଖୋଜେ ସେ ନିଷିଦ୍ଧ ଅଗଣା ରେ

ଅଜଣା ସେ ଠିକଣା ପୁଣି ଜାଣେନା ମୁଁ ଆଜି

କ୍ରିଷ୍ଣା ପାଇଁ ସିନା ଥିଲ ସଖା ଟିଏ ସାଜି ll

ଦିକ୍ ଦିକ୍ ହୋଇ ଜଳୁଥିବା ଜୀବନ ଦୀପ

ଆଜି ବି ଜଳୁଛି କେବଳ ତୁମରି ନାଁ ରେ

ସେ ନିଶବ୍ଦତା ର ଶୂନ ସାନ ଅଗଣା ରେ

ହେଲେ ସେ ପରିଚୟ ପାଏନି ଜୀବନ ରେ ll

ବାନ୍ଧି ହୋଇ ଚାଲେ ସେ ଅସହାୟ ସମାଜ ର

ସେଇ ନିର୍ଦୟ ମାୟା ବନ୍ଧନ ରେ

ହଜିଯାଏ ଜୀବନ ର କଦମ୍ବ ବନ ରେ

ଖୋଜୁଥାଏ ତୁମ କୁ ସେ ଛାଇ ଆଲୁଅ ରେ ll

ହଜିଯାଏ ସେ ସୁନ୍ଦର ସ୍ୱତ୍ୱ ରେ

ଗାଇବାକୁ ଚାହେଁ ଜୀବନ ଗୀତ ଟେ

ବହିଯାଏ ହୋଇ ପ୍ରୀତି ର ଫାଲ୍ଗୁ ଟେ

ଲୋଟିବାକୁ ଚାହେଁ ସମୟ ସୁଅ ରେ ll

ଆଜିର ସମୟ ବୋଧେ କାଲିକି ନ ଥିବ

ଆଜିର ଠିକଣା କାଲି ହଜିଯିବ

ନିର୍ଜନତା ରେ ଶରୀର ବି ଜଡ ହୋଇଯିବ

ପରିଚିତ ଶବ୍ଦ ଟା ବି ଅପରିଚିତ ହୋଇଯିବ

ସୁନ୍ଦର ଶରୀର ପଞ୍ଚ ଭୁତ ରେ ଲୀନ ହୋଇଯିବ ll



Rate this content
Log in

Similar oriya poem from Classics