ଅପରିଚିତ
ଅପରିଚିତ
ସତେ କି ଜୀବନ
ରେଳ ଯାତ୍ରାଟିଏ,
ଅପରିଚିତଙ୍କ
ସାଙ୍ଗ ସାଥୀ ମେଳେ।
ଯାତ୍ରାର ଆରମ୍ଭ
ଶେଷା ନୁ କ୍ରମେ,
ମିଳନ୍ତି ମିଶନ୍ତି
କେତେ ଅଚିହ୍ନା ଭ୍ରମେ।
ଆସନ୍ତି, ଯାନ୍ତି
ନିଜ ଗନ୍ତବ୍ୟ ସ୍ଥଳେ,
ରହନ୍ତି ମନରେ
କେତେ ଅନ୍ତର କୋଣେ।
ଦୟା ମହତର
ପରଉପକାର ଗୁଣେ,
କିଣନ୍ତି ମନକୁ
ସ୍ନେହ ବ୍ୟବହାରେ।
ସହଯୋଗ ସାହାଯ୍ୟ
ଅନ୍ତର ରେ ପଶେ,
ଭୂଲିତ ନହୁଏ
ପାଶୋରେନି କେବେ।
ଜୀବନର ଏହି ଅପରିଚିତ
ମିଳେ ଦେବତାଙ୍କ ଆଶୀର୍ବାଦେ,
ପରିଚିତ ହୁଏ
ବ୍ୟକ୍ତି ବ୍ୟକ୍ତିତ୍ବ ସାଥେ।
ଜୀବନ ବିକାଶ
ସୁଗମ ମାନସିକ ସ୍ଥଳେ,
ଆତ୍ମତୃପ୍ତି ଭରି
ଯାତ୍ରା କାର୍ଯ୍ୟ ନିଭାହେ।