STORYMIRROR

Sagarika Dash

Tragedy

4  

Sagarika Dash

Tragedy

ଅପମାନ

ଅପମାନ

1 min
7


ମାନ ଅପମାନ,ରାଗ ଅଭିମାନ

     ଛୋଟ ବଡ଼ ସମାନ

ସବୁ ତ ତୁମରି ଦାନ 

   ଦୁଃଖ ଭରିଗଲେ ହୃଦୟ ଗର୍ଭରେ

ନୟନେ ଲୋତକ ଆସେ।

    ପକ୍ଷୀ ଉଡିଗଲେ ଝୁଲନ୍ତା ବସା

ଚାହିଁ ରହିଥାଏ କେଉଁ ଅବଶୋଷେ।

 

    ମୋର ମୋର କହି ମିଛେ ନାମ ବହି

            କରୁ ତୁ ସଭିଙ୍କୁ ନିଜର 

ହାତ ଛାଡ଼ିଦେଲେ ସ୍ବାର୍ଥ ସରିଗଲେ

          କେହି ନୁହେଁ ଆପଣାର ।


     ଅପମାନ ଖାଇ,ଅଭିମାନ ଥୋଇ 

           ନିଜକୁ ନିଜେ ବୁଝାଇ ଦିଏ 

ସଂଘର୍ଷ ପଥରେ ଏକା ଚାଲିଥାଏ

            ନାହିଁ ପରା ଏଠି ଆଶରା ଟିଏ ।

 ସତକୁ ରଖି କରିଲେ ସାଥି

           ଜିତି ଯିବୁ ଦିନେ ଜୀବନ ବାଜି

ସେହି ସତ ପଥେ ଅନେକ କଣ୍ଟା

          ଚାଲିବାକୁ ହେବ ଦେଖି ସମୟ ଘଣ୍ଟା ।


       ସବୁ ଅପମାନେ ଲୁଚି ରହିଥାଏ

ଆଗାମୀ ସୂଚନା ସମ୍ମାନ

       ସବୁ ବାଧା ବିଘ୍ନ ଏଡାଇ ଯାଏ 

ଅଙ୍ଗୀକାର ବଦ୍ଧ ନୂତନ।

    

       ମୁଁ କେଉଁ ଅଜଣା ନଦୀ 

କୁଆଡେ଼ ଯାଉଛି ବୋହି

      ଉତ୍ଫୁଲିତ ଆଜି ଉତ୍ସାହିତ ଧାରା 

ସୀମା ଲଙ୍ଘିବା ପାଇଁ ।

 

      ତୁମେ କ'ଣ ସେହି ବାଟୋଇ? 

ଅପମାନ ବୋହି ଧିର ସ୍ଥିର ହୋଇ

      ମନରେ ଦୃଢ଼ତା ନେଇ 

ଆଗକୁ ଆଗକୁ ବଢି ଚାଲିଯାଅ।

     ସାଖି ରଖି ସତ୍ୟ ଗୋସାଇଁ।।


Rate this content
Log in

Similar oriya poem from Tragedy