STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
305


ଫୁଟିନାହିଁ ବୃନ୍ତେ ଏମିତି ସେତ ଅଫୁଟା ଫୁଲ

ମନରେ ଅନେକ ଭାବନା କେବେ ଆସିବ ବେଳ ।।

ସୁପ୍ତ କଳିକା ସେ ସତେକି ଫୁଟି ହସି ଉଠିବ

ମଧୁ ସଉରଭେ ଉନ୍ମାଦେ ପବନରେ‌ ଖେଳିବ ।।


ମୋ ରଙ୍ଗ ରଙ୍ଗୋଲି ରୂପରେ ମଦମତ୍ତେ ଭ୍ରମର

ମଧୂଶୋଷି ବାକୁ ଆସିବେ କିବା ସେ ମଧୂଚୋର ।।

ପରାଗ ସଂଗମେ ଉଡିବ ଅବା ପରାଗ ରେଣୁ

ଭ୍ରମର ର ଗୁଣୂ ଗୀତିକା ସତେ ବାଜେକି ବେଣୁ ।।


ଫୁଟି ନାହିଁ ମନେ ଅନେକ ତା’ର ସୁଖଦ ସ୍ଵପ୍ନ

ଦୁଃଖ କରେ ଯିବ ମଉଳି ତା’ର ଟିକି ଜୀବନ ।।

ଫୁଟି ମଉଳିଲେ ଫଳିବ ମିଠା ରସାଳ ଫଳ

ତହୁଁ ବୀଜ ହୋଇ ପୁ୍ନଶ୍ଚ ହେବ ବଂଶ ବିସ୍ତାର ।।


ଅଫୁଟା ଫୁଲ ଏ ବୃନ୍ତରେ ଏବେ କଢ ହୋଇଛି

ତଥାପି ଅନେକ ସପନେ‌ ରହି ବେଳ କାଟୁଛି ।।

ମନଭିତରେ ବି ରହିଛି କେତେ ଅକୁହା ଭୟ

ଅର୍ଦ୍ଧ ପ୍ରଷ୍ଫୁଟିତ କଳିରେ କେହି ହେଲେ ନିର୍ଦ୍ଦୟ ।।


ଅକାଳରେ ଝରି ପଡିବ ତା’ର ମନବାସନା

ଅପୂର୍ଣ୍ଣ ରହିବ ମନରେ ତା’ର କେତେ ଭାବନା ।। 

ଫୁଟିଥିଲେ ଦିନେ ଦେବତା ଗଳେ ଗଜରା ମାଳେ

ଶୋଭା ପାଇଥାନ୍ତା ଦୁର୍ଭାଗ୍ୟେ ଝରିଗଲା ଅବେଳେ ।।


ଅଫୁଟା ଫୁଲ ସେ କେବେବି ବୃକ୍ଷେ ଫୁଟଇ ନାହିଁ

ଉଦୁମ୍ଵରେ ବିନା ଫୁଲରେ ପରା ଫଳ ଫଳଇ ।।

ଫୁଟିବା ଆଗରୁ ଅକାଳେ କିଟଦ୍ରଂଷ୍ଟ କଳିକା

ଫୁଟିପାରିଲାନି ମଉଳି ଗଲା ସତେ କି ଅବା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy