STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ଅପହଞ୍ଚ...

ଅପହଞ୍ଚ...

1 min
199


ଟିକିଏ ତ ରଂଗ ମାଗିଥିଲି,, 


ତୁମେ,,, 


କଜ୍ଜଳ କଳା ବି ମୂର୍ଛି ଦେଲ, 


ତୁମକୁ,,, 


ରଂଗର ଫୁଆର ଭାବିଥିଲି..


ହେଲେ,,, 


ଅମା ଅନ୍ଧର ଠୁଁ ବି ପର କଲ..!


ରଙ୍ଗୋଲି,,, 


ତୁମେ ସୀମାହୀନ ରଂଗ ଅପାର, 


କିନ୍ତୁ,,, 


ମୋ ପାଇଁ ଅସାର,ରଂଗ ଅପାର 


ଯା'ପାଇଁ,,, 


ମୁଁ ଆଜି ରଙ୍ଗେ ଆତୁର,ବିଭୋର, 


ତୁମେ ତ,,, 


ଚିର ଆକାଂକ୍ଷାର ଉପସଂହାର..!


ସପ୍ତରଙ୍ଗୀ,,, 


ତୁମେ ସପ୍ତ ରଂଗରେ ସମାହାର..


ହେଲେ,,, 


ମୋ ଆକାଶ ତ ଅମା ଅନ୍ଧକାର 


ଦିପ୍ତ,,, 


ଚିର ଅସମାହିତ ଉଜ୍ଜ୍ୱଳତା ହୀନ 


ଅମାବାସ୍ୟା,,, 


ତୁମେ ମୋ ନିଃଶ୍ଚଳ ପାରାବାର..!


ଇନ୍ଦ୍ରଧନୁ... 


ସାତ ରଂଗୀ ବୋଲି ଜାଣିଥିଲି, 


ତେବେ,,, 


ତୁମେ ନିଶୂନ ରଂଗ ମାଖି ଦେଲ, 


ହେଲେ,,, 


ତୁମେ ଅଭିଭୂତ,ଗାଢ଼,ବିଭୋରତା 


ପୂର୍ଣ୍ଣ ଏବେ,,, 


ଅଦୃଶ୍ୟ, ଅସ୍ପୃଶ୍ୟ ପୁଣି ସାଜି ଗଲ..!


ନବ ରଂଗୀ,,, 


ତୁମ ରଂଗ ତ ଖାସ,ଅମୁଲ ମୂଲ, 


ଏବେ,,, 


ଲାଗୁଛ ଅପୂର୍ଣ୍ଣ, ନିବିଡ଼ତା ହୀନ, 


ତୁମେ,,, 


ସଦା ବାଂଛିତ, ସ୍ଫୁରିତ, ଅଲ୍ଲ୍ହାଦର


ଆହ୍ୱାନ,,, 


ଲାଗ ରଂଗ ଶୂନ୍ୟ,ରଂଗ ହୀନ..!


ବର୍ଣ୍ଣାଳୀ,,, 


ତୁମେ ଅନେକ ରଂଗରେ ଅଭିଭୂତ, 


କିନ୍ତୁ,,, 


ମୋ ପାଇଁ ,ମଳିନ,ଅବଶ, ନିଃସ୍ୱ, 


ସର୍ବସ୍ବ,,, 


ମୁଁ ଯେ, ଅପରାହ୍ନ ନୀରବ ନିଶ୍ଚିହ୍ନ, 


କୁଝଝଟିକା ପୂର୍ଣ୍ଣ,,, 


ତୁମେ ଅଚିର, ଅବ୍ୟକ୍ତ ସମାହିତ..!


ବର୍ଣ୍ଣ ବିଭା,,, 


ତୁମେ ବିଭିନ୍ନ ରଂଗରେ ଉତ୍ସସିତା, 


ମୋ ପାଇଁ,, 


ସାଜୁଛ ଅଳିକ,ଆବିଳ,ଆନମନା 


ଅବା,,, 


ତୁମେ ଅସମ୍ଭବ,ଶୂନ୍ୟ ଓ ଅପ୍ରସନ୍ନ, 


ତେଣୁ,,, 


ଦୂର, ଅପହଞ୍ଚ,ନୀରବ, ଅନନ୍ୟ..!


ସପ୍ତରଙ୍ଗୀ..,,, 


ତୁମ ଦେହେ ଅସରା ରଂଗ ସ୍ଫୁରଣ, 


ହେଲେ,,, 


ମୋ ପାଇଁ ଲାଗୁଛ ଶୂନ୍ୟ ଅସମ୍ପୂର୍ଣ୍ଣ 


ନିହାତି,,, 


ତୁମେ ଏବେ ବିବର୍ଣ୍ଣ ଓ ଅବର୍ଣ୍ଣନୀୟ, 


ଅପ୍ସରୀ,,, 


କେଉଁ ବର୍ଣ୍ଣ ବିଭା,କେଉଁ ରଂଗ ଛିଟାର 


ବୈଭବ,,, 


ରୂପ ଚାତୁର୍ଯ୍ୟ ଅଂକନେ କି ତୁମେ,,, 


ଦିଶୁଛ..??? 


ଆଙ୍ଗିକ,ଆତ୍ମିକ ପୂର୍ଣ୍ଣ ଶୋଭା ମୟ..!








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract