STORYMIRROR

Ajaya kumar Jena

Romance

3  

Ajaya kumar Jena

Romance

ଅଫେରା ସ୍ପର୍ଶ

ଅଫେରା ସ୍ପର୍ଶ

1 min
185

ସ୍ମୃତି ଯେବେ ଫେରେ 

ନିଶିର ସେ ନିଷିଦ୍ଧ ଇଲାକାକୁ

ଯେଉଁଠି,

କଳା ରଙ୍ଗ ପାଟଶାଢ଼ୀ ପିନ୍ଧି

ତୁମେ ଖୁବ ପାଖାପାଖି ହୋଇଥିଲ ମୋର ।

ଆଉ ଜାବୁଡି ଧରିଥିଲ ମତେ,

ଆମେ ଯେମିତି ଏକାକାର

କେଉଁ ଏକ ପ୍ରାଚୀନ ଶିଳାର ଭାସ୍କର୍ଯ୍ୟରେ।


ଖୁବ୍ ରୋମାଞ୍ଚ ଭରା ଥିଲା 

ତୁମର ସେ ପ୍ରଥମ ସ୍ପର୍ଶ....

ଯେମିତି ଯୁଗ ଯୁଗର ଅପେକ୍ଷା ମାନେ

ମହକୁଥାନ୍ତି ଗଙ୍ଗଶିଉଳିର ବାସ୍ନାରେ

ନିଃସ୍ତବ୍ଧ ରାତିର ବୁକୁ ଚିରି....।


ଆଜିବି ମନେ ଅଛି,

ମୋ କାନ ପାଖେ ଫିସ୍ ଫିସ୍ କହିଥିବା

ତୁମ ପ୍ରେମର ସେ ପରିଭାଷା,

ମୋ ଛାତିରେ ମଥା ଥୋଇ

ସ୍ପନ୍ଦନ ମାପିବାର ସେ ଦକ୍ଷତା,

ଆଉ ମୋ ଓଠରେ ଓଠ ରଖି

ପ୍ରେମର ପ୍ରତିଛବି ଆଙ୍କିବାର ସେ ଚିତ୍ରକଳା।


ମୁଁ ବି କେଇକ୍ଷଣ ମତୁଆଲା ହୋଇଥିଲି

ତୁମର ସେ ରୋମାଞ୍ଚିତ ସ୍ପର୍ଶରେ,

ଆଉ ନୀରବରେ କଥାହେଉଥିଲି

ତୁମ ନିଶ୍ୱାସ,ତୁମ ଆଖି,ତୁମ ଓଠ

ଆଉ ତୁମ ଝାଳ ମାନଙ୍କ ସହ...।


ବିଜ୍ଞାପନ ବିରତି ପରେ ତ',

ଚଳଚିତ୍ର ପୁଣିଥରେ ଦେଖି ହୁଏ,

ତୁମେ ବି ବିରତି ନେଇଥିଲ

ପୁଣିଥରେ ଦେଖାହେବାର ପ୍ରତିଶ୍ରୁତି ଦେଇ,

କିନ୍ତୁ ଆଜିବି,

ତୁମେ ଆଉ ତୁମର ସେ ସ୍ପର୍ଶ ଦୁହେଁ ଅଫେରା

ହଁ... ଅଫେରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance