ଅପେକ୍ଷିତ ପ୍ରେମ
ଅପେକ୍ଷିତ ପ୍ରେମ
ପରିସୀମା ଭିତରେ ରହି
ବାର ବାର ଖୋଜିବା ଟା କଣ ଭୁଲ
ନା ଅତ୍ୟଧିକ ପ୍ରେମ..
ତେବେ ଚୁପ ରହି ଯିବାଟା
ଓ କୋହ ଚାପି ଯିବାଟା
କଣ ପ୍ରେମ..
ପଚାରି ଦେଇ ଥରେ
ଜାଣିନେବାଟା କଣ
ଅଭିମାନ.
ବାର ବାର ଆଲବମ ଖୋଲିକି
ପୁରୁଣା ଫୋଟୋରେ ସବୁ
ଅନୁଭବ କରିଯିବାଟା,
ଅନଲାଇନ ଦେଖିକି
ଶାନ୍ତ ହେଇଯାଉଥିବା
ହୃଦୟ ର ବ୍ୟସ୍ତତା
କଣ ଅପବିତ୍ର ପ୍ରେମ..
ହଠାତ ଚମକି ଯାଇ
ଖୋଜିବସେ ତାକୁ
ବାସ ଆ ଟିକେ ଡାକିଦେଲେ
ଖୁସି ହେଇ ଯାଉଥିବା
ଉଛୁଳା ମନ
କଣ ପ୍ରେମ କରିପାରେ..
ଶତ ଶତ ଅହଂକାର
ତିରସ୍କାର ଛୁଇଁ ନ ପାରିବା ସତ୍ବେ
ଅଭିମାନ କରି ବସିବା
କଣ ମୋର ଭୁଲ..
ଟିକେ ଟିକେ ରେ
ସରି କହୁଥିବା
ନୁହଁ ସେ ଭୀରୁତା..
ବାସ ଡର ଟିଏ ଥାଏ
ଖସିପଡିବାର
ବନ୍ଧୁତ୍ଵ ହଜେଇବସିବା ର
ଏଇ ପଦୁ ଟିରେ
ବଞ୍ଚେଇ ରଖୁଥିବା ବନ୍ଧୁତ୍ଵ
କଣ ପ୍ରେମ..
ହଁ ପ୍ରେମ କାହିଁକି ନୁହଁ..
ସ୍ନେହ ବିନା କଣ ପ୍ରେମ
ପ୍ରେମ୍ ବିନା କଣ ଥାଏ ସ୍ନେହ
ଦୁହେଁ ତ ପରିପୁରକ
ପରସ୍ପର ର...
ବାର ବାର ଅବହେଳା ରେ ରହୁଥିବା
ମନ ଟିଏ ପ୍ରତି ଆକର୍ଷଣ
କେବଳ ହିଁ ସ୍ନେହ ର ଟାଣ..
ବାର ବାର ମନେପକେଇଦେଉଥିବା
ସମୟ ର ଅସ୍ତିତ୍ବ..
ଦେଖିକି ରହିଯିବି ବୋଲି
ପ୍ରତିଶ୍ରୁତି ରେ
ବଂଚିଯାଉଥିବା
କଠୋର ହୃଦୟ କୁ
କିଏ କହିବ ପ୍ରେମ କରେ ବୋଲି..
ହଁ ହେଇପାରେ ପ୍ରେମ
ବାସ ଶୁଷ୍କ୍ ମରୁବାଲି ରେ
ମୁନ୍ଦାଏ ପାଣି ଢାଳିବାର
ବ୍ୟର୍ଥ ପ୍ରେମ ତ ନୁହଁ
ବାସ ବଂଚିଯିବାର
ନିୟମ ଏଇ..
ପାହାଡ଼ ର କଠୋର ହୃଦୟରେ
ବି ଛୁପିଥାଏ ମନୋରମ ଦୃଶ୍ୟ
ବାସ କଠୋର ହୃଦୟ ଭିତରେ
ଛପି ଥାଏ ସ୍ନେହ ଟିଏ..
ବିଶ୍ଵାସ ଓ ସଂପର୍କ ର
ମୂଳଦୁଆ ଟିଏ ଗଢି ହେଇଥାଏ
ସୁଦୃଢ଼ ହେଇକି
ସେଇ ସ୍ନେହ ରେ..
ବନ୍ଧୁତ୍ଵ ଟିଏ ମାତ୍ର ନାଁ ଟିଏ
ସେଇ ସ୍ନେହ ର...
ବନ୍ଧୁ ଟିଏ ହେଇକି ଥା ପଛେ
ପଦୁ ଟିଏ କହିଦେ
ହଁ ଠିକ ଅଛି
ବାସ ତୁ ମୋର..
ଆମ ବନ୍ଧୁତ୍ଵ ଅଟେ
ଏକ ନିଶବ୍ଦ ସହର ର
ଦୁଇଟି ନୁହଁ ଅନେକ ର
ସତ୍ୟ ହୃଦୟ ର...
(ଦୟାକରି ଆଜି କାଲି କା ପ୍ରେମ ଅର୍ଥ ରେ ନେବେନି)
ସ୍ମିତା ତ୍ରିପାଠୀ
ଖଲାରୀ ଅନୁଗୁଳ

