STORYMIRROR

ସ୍ମିତା ତ୍ରିପାଠୀ

Abstract Others

3  

ସ୍ମିତା ତ୍ରିପାଠୀ

Abstract Others

ହୁଁ

ହୁଁ

2 mins
394


ବନ୍ଧୁତ୍ୱ ର ପରିଭାଷା ବୁଝିବା ଆଗରୁ

ତତେ ପାଇ ଫିକ କିନା ହସି ଦିଏ,

ସେଇ ହସ ରୁ ହି ଆରମ୍ଭ ହେଇ ଆସି

 ମହକିଯାଏ...


ବନ୍ଧୁତ୍ୱ ର ସଂଜ୍ଞା ଖୋଜୁ ଖୋଜୁ

ତୋରି ପାଖେ ହିଁ ପହଂଚି

ଆଖି ରେ ଆଖି ମିଶେଇ

ଫିକ କିନା ହସିଲା ପରେ

ଆଉ ବା କିବା ଅଧୁରା ରହିଯାଏ...


ବନ୍ଧୁତ୍ୱର ଅର୍ଥ ଯେବେ ପଚାରେ

ତତେ ହିଁ କେବଳ

'ଆରେ କହ ଲୋ କହ'

ବାର ବାର ଅସ୍ତବ୍ୟସ୍ତ କଲା ପରେ

ତୋ ଓଠୁ ଶଦ୍ଦ ସବୁ ବିଫଳ

ବୁଝେଇବାକୁ

ଏକ ଅଲିଅଳି ବନ୍ଧୁଟିକୁ...


ଭାବି ହୁଏ କହିଦେବି କି

ଏଇ ଯେମିତି ତୋ ମୋ ବନ୍ଧୁତ୍ୱ

ନିରବ ଓ ନିର୍ବିକାର

ହଜାର କୁତ୍ସାରଟନା ସତ୍ଵେ ବି

ଅଟଳ ନିଜ ନିଜ ନିଷ୍ପତ୍ତି ରେ

ରହିଲା ପରେ ବି

ମାନି ନିଅନ୍ତି ପରସ୍ପରକୁ

ବିନା ବାକ୍ୟ ବିନିମୟେ...


ହେଲେ ନା.... ହାରିଯାଏ ନିଜ ଭିତରେ

ତୋରି ସାମ୍ନାରେ କହିବାକୁ

ବାହାରି ଆସେ କେବଳ ପଦୁଟିଏ

'ହୁଁ'

ତୁ ଯେ କହୁ କନ୍ ହୁଁ ହୁଁ ହଉଛୁ ମ

କହ ନା ଟିକେ

'ଆମ ବନ୍ଧୁତ୍ୱ କଣ ବନ୍ଧୁତ୍ୱ ନୁହଁ

ମୋର ନା ଭାରି ଇଚ୍ଛା

ତୋ ଏତେ ବନ୍ଧୁ ଭିତରେ

ନିଆରା ଟିଏ ହେବାକୁ

କହ ଲୋ ବନ୍ଧୁ ମୋର

ଆଉ କିବା ବାକି

ନିଜ ଖୁସି ଓ ତ୍ୟାଗ 

ମନ ସମର୍ପି ଦେଲା ପରେ

ବନ୍ଧୁତ୍ୱ କଣ ଅଟକି ଯାଇଛି ମ'...


ତଥାପି ଚାହିଁ ରହେ ନୀରବରେ

ଆଉ ଭାବୁ ଥାଏ

କେତେ କରିବୁ ତ୍ୟାଗ କହ

ଏ ଅନାମଧେୟ ବନ୍ଧୁତ୍ୱ ଟିକୁ

ନିଭେଇବାକୁ...


ତଥାପି ନା...

କହି ହୁଏନି ସେଇ ଅଲିଅଳ ଝିଅଟିକୁ

'ତୁ ଝିଅ ତୋ ପାଇଁ ହଜାର ନିୟମ

ବନ୍ଧୁତ୍ୱ ରେ ବି ତୋ ପାଇଁ'

ହେଲେ ମୁଁ ନିଜେ ବି ଜାଣେ

ପାରିବି ନାହିଁ ତୋ ପରି ନିଷ୍କପଟ ଅଲିଅଳ ଝିଅଟିଏ ର 

ନରମ ସ୍ଵଭାବ ଓ ହୃଦୟର

ଆକଟ ଓ ଝଗଡା ପରେ ଖିଲି ଖିଲି

ହସ ବିନା..


ଜାଣେ ମୁଁ ଯେ

ସେ ଡରେନି ସମାଜ ଓ ସମାଜର ଡରକୁ

ନିର୍ଭୀକ ଭାବେ ସାମ୍ନା କରିପାରେ ବଦନାମକୁ

ତଥାପି

କାଳେ ମୁଁ ଦୁର୍ବଳ ତାରି ପାଇଁ

ତାରି ଇଜ୍ଜତ ହଜିବ ବୋଲି..


ନିରବରେ ଭାବୁ ଭାବୁ

ସେ ବନ୍ଧୁ ଚିମୁଟି ଦେଇ କହେ

କନ୍ ମ ଭାବୁଛୁ ଗୋଟେ

ଯା ତୋ ସମାଜକୁ

ଦରକାର ନାହିଁ ମୋର ବନ୍ଧୁତ୍ବର ଅର୍ଥ

ବାସ ତୁ ଥା

ବନ୍ଧୁଟିଏ ହେଇ

କାଳ କାଳକୁ...


ଅଟକି ଯାଏ ମୋ ତଂଟିରେ

ଶବ୍ଦ ସବୁ

ସଜେଇ ଦେଲେ ବାସ ଏତିକି ହେବ

'ତୁ ମୋର ସେଇ ଅଲିଅଳି ହେଇଥା

ତୋ ନିଷ୍ପାପ ଚାହାଣୀ ରେ ଭଲ ପାଉଥା

ତୋ ହସରେ ମୋତେ ଖୁସି ଦେଉଥା

ତୋ ପାଇଁ ମୋତେ ବଞ୍ଚେଇ ଥା 

ନିଷ୍କପଟ ଭାବରେ

ତୁ ଯେ ମୋ ସ୍ୱାର୍ଥ 

ତୋ ନିସ୍ୱାର୍ଥପର ବନ୍ଧୁତ୍ୱରେ

ବାନ୍ଧି ରଖି ଥା'....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract