STORYMIRROR

ସ୍ମିତା ତ୍ରିପାଠୀ

Inspirational Others

3  

ସ୍ମିତା ତ୍ରିପାଠୀ

Inspirational Others

ଜୀବନ ସଡ଼କ

ଜୀବନ ସଡ଼କ

1 min
410


ଜୀବନର ସରଳ ପଥରେ

ବେଳେବେଳେ ବୁଝିହୁଏନା

ଜୀବନର ତତ୍ତ୍ୱକୁ,

କଚ୍ଚା ସଡକର ଚିକ୍କ୍ ଣ ତା ସିନା

ଦୂରରୁ ଦିଶେ ମନୋରମ

ହେଲେ କିଏ ବା ବୁଝେ

ସେ ସଡକ କଷ୍ଟକୁ...

କେତେ ଯେ ପତ୍ର

ଝଡି ଯାଏ ସେ ଉପରେ

ଆବୋରି ନିଏ ସଡକ ତାକୁ

ସନ୍ତର୍ପଣ ସହକାରେ,

ହେଲେ ହାୟ

କାଳର ବିଦ୍ରୁପ ହସରେ

ହେଇଯାଏ ବିଲୀନ

କେତେ ଯେ ଜୀଵନ

ନିରବେ ଦେଖୁଥାଏ

କଚ୍ଚା ସଡକର ଦ୍ୱାହି ଦେଇ...

ପାର୍ଶ୍ଵ ରେ ସିନା ସବୁଜିମା

କରେ ପଥିକକୁ ଆମୋଦିତ

ନିଜ ସବୁଜିମାରେ

ହେଲେ ସେ ସବୁଜିମା ବି

ହଜିଯାଏ କାଳର

କରାଳ ଗର୍ଭରେ

ଲୋଟି ପଡେ

ହେଇ ବୃନ୍ତ ଚ୍ୟୁତ

ନିୟନ୍ତାର ନିର୍ଦେଶରେ ।

ସ୍ମିତା ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational