ଅନାମିକା ପ୍ରେମିକା
ଅନାମିକା ପ୍ରେମିକା
ଅମାବାସ୍ୟାର ଗାଢ଼ ଅନ୍ଧାର ଭିତରେ
ଖୋଜିବାର ପ୍ରଚେଷ୍ଟା ନିଜେ ନିଜକୁ,
ନିଜ ଉଷ୍ମ ଆବେଗକୁ ନିରବ ରେ
ଶୀତଳ ପବନ ସହ ଉଡେଇବାକୁ..
ସାହସ କାହାର ବି ଥାଇପାରେ
ଉପରେ ମିଛି ମିଛିକା ହସର ନାଟକ କରି
'ନା ରେ କିଛି ନାହିଁ' କହିଦେଇ
ଚୁପ ହେଇଯାଏ ମୁଁ ଯେ
କେବଳ ତୋ ବିନା...
ନିରବ ନିଶବ୍ଦ ରେ ଅନ୍ଧାରର ଗାଢ଼ ସହ
ବିଫଳ ଚେଷ୍ଟା କରି ଚାଲେ ନିଜକୁ ବୁଝେଇବାକୁ,
ହେଲେ ନା...
ନା ମନ ବୁଝେ ନା ବୁଝେଇବାକୁ ଥାଏ
କେବଳ ନିଜ ମନ ରେ ସାଇତିକି
ଚୁପ ଚୁପ ଦେଖୁଥାଏ କୋଉ ଦୂର ଦିଗନ୍ତରେ
ଇଚ୍ଛା ଭାରି ହଜିବାକୁ...
ନୀରବ ନୀରବରେ
କେବଳ ତୋ ବିନା....
ଦୂର ଦିଗନ୍ତ ରେ ଥିବା ତାରା ସବୁ
କାଳେ ଦେଖିଦେବେ ବୋଲି
ଚଟକିନା ପୋଛି ନିଏ
ଆଖିର ଲୁହ ସବୁ
ନିଗିଡି ଯିବା ଆଗରୁ
ନିଜ ଓଢଣୀରେ,
ହେଲେ ନା...
ସେ ଓଢଣୀ ତ ଭିଜି ସାରିଛି
ତୋରି ଝାଳ ବିନ୍ଦୁରେ
ଭାରି କଷ୍ଟ ଲାଗେ ଝାଳ ବିନ୍ଦୁ ସହ
ଲୁହକୁ ମିଶେଇବାକୁ
ତୋତେ କାଳେ କଷ୍ଟ ହେବ ବୋଲି
ନିଜକୁ ବୁଝେଇ ରହିଯାଏ
ତୋ ବିନା....
ଅପେକ୍ଷିତ ନାୟକ ତୁ ଯେ
ଅନାମିକା ପ୍ରେମର
ଅକୁହା ମନ ଅବୁଝା ହୃଦୟ
ନୀରବି ଯାଏ ହଠାତ
ତୋରି ନୀରବତାରେ,
ତଥାପି
ବାର ବାର ପଚାରି ଚାଲେ
ଅଜଣା ଝଡ଼ର ଆଶଙ୍କା ଓ
ଭୟ ମିଶ୍ରିତ ପ୍ରେମ ଭିଜା ଆଖିର
ଚାହାଣୀରେ
'ଠିକ ଅଛୁଟି ବଉଳ'
କହିଦେ ଥରେ
ମନ ମାନେନି ତୋ ବିନା...
ତୋ ପ୍ରେମରେ ଭିଜି ଭିଜି
ତିନ୍ତିଲା ପରେ ବି କିଛି ହୁଏନା
ହେଲେ ଆଜି ସବୁ ଖାଲି ଖାଲି ଲାଗେ
କଥା କୁହା ଆଖି ସବୁ ଛଳ ଛଳ
ଲୁହ ସବୁ କହିଯାଏ କଥା
କେବଳ ତୋ ବିନା..
ଛାଡ଼ ଏ ବ୍ୟସ୍ତ ଥିବ
ଭାବିକି ଅଶାନ୍ତ ମନକୁ ବୁଝେଇ ବୁଝେଇ
ଗାଢ଼ ଅନ୍ଧାର ଭିତରେ
କାନ୍ଦିଦେବାକୁ ଇଚ୍ଛା ହୁଏ
ହେଲେ ନା..
ହଜାର ରାଣ ନିୟମ ସବୁ
କେବଳ ତୋର
ମନକୁ ଆସିଯାଏ ତୁ କହିଥିଲୁ
ଲୁହ ନ ଝରେଇବାର
ଆକଟରେ
ଆଜି ସବୁ ଖାଲି ଖାଲି ଲାଗେ
ତୋ ବିନା...
କୋଳାହଳ ଠାରୁ ଦୂରେଇ ରହି
ମିଛ ହସ ହସିପାରିବିନି ବୋଲି
ଦୁରେଇ ଦିଏ ନିଜକୁ
କେବଳ ତତେ ଅପେକ୍ଷା
ଅପେକ୍ଷା ସେଇ ମୁହୂର୍ତ୍ତ
ତୋର ସେଇ ସ୍ନେହ ଭରା କଥା ସବୁ
ଆଜି ସବୁ ଖାଲି ଖାଲି ଲାଗେ
ତୋ ବିନା...
ରହିଛି ରହିବି ତୋରି ପାଇଁ
ରହିଛି ତୋ ବାଟ ଚାହିଁ
ତୁ ଆସିବୁ ବୋଲି
ଆଖି ଖୋଜେ ବୁଲି ବୁଲି
ଅଚାନକ ତତେ ଦେଖିବା ଓ
ପାଇବାର ପ୍ରଚେଷ୍ଟାରେ
ସୁମରି ହୁଏ ପ୍ରଭୁଙ୍କ ପାଦ ତଳେ
କେବଳ ତୋରି ପାଇଁ
କରି ସଫଳତାର କାମନା
ଆଜି ସବୁ ଖାଲି ଖାଲି ଲାଗେ
ତୋ ବିନା....
