ବଉଳ
ବଉଳ
କିଏ କହିଥିଲା ବଉଳ ବସେ
ପ୍ରଭୁଙ୍କ ଧଣ୍ଡା ଛୁଇଁ
କିଏ ବି କହୁଥିଲା ବଉଳ ହୁଏ
ଆମ୍ବ ବଉଳ ଦେଇ
କିଏ ବି ଆହୁରି କହିଥିଲା
ବଉଳ ହୁଏ ମନ୍ଦିର ସାମ୍ନାରେ
ଆହୁରି ବି କହିଥିଲେ
ବଉଳ ହୁଅନ୍ତି ଆମ୍ବ ତୋଟାରେ...
ଆଜି ସେ ସବୁ ମନରେ
ଉଙ୍କି ମାରେ
ସତେ କି ବଉଳ ହୁଏ
ଏମିତିରେ,
ନା ତତେ ମୁଁ ବଉଳ ଖୋଇଛି
ନା ତୋ ହାତ ଧରି
ଜଗନ୍ନାଥଙ୍କ ଧଣ୍ଡା ଛୁଏଁଇ ଛି,
ତଥାପି ବଉଳର ମଧୁର ସମ୍ପର୍କ
ଆଜି ମହକି ଯାଉଛି
ତୋ ମୋ ଭିତରେ
ତୁଳସୀ ଧଣ୍ଡା ବି
ମୁରୁକି ମୁରୁକି ହସୁଛି,
ବଉଳର ସାନିଧ୍ୟ ପାଇବାକୁ
ବାର ବାର ମନ ଖୋଜେ
ବଉଳର ବଉଳତ୍ଵ ଭିତରେ
ଭିତରେ ତତେ ହିଁ ଖୋଜେ,
କିଏ କଣ କହିଥିଲା
ସବୁ ନ ଶୁଣି ସିନା ଆଡ଼େଇଯାଏ
ହେଲେ ବଉଳ କଣ ସତରେ
ମନରେ ମନରେ ହୁଏ
ଭୟରେ ଛାନିଆ ବି ହୁଏ
ବଉଳର ସାନିଧ୍ୟ ହଜେଇବା ଡରରେ..
କିନ୍ତୁ ବଉଳ ତ
ଭାବ ଏକ ମଧୁର ସଂପର୍କର...।
ସ୍ମିତା ତ୍ରିପାଠୀ
ଖଲାରୀ ଅନୁଗୁଳ