Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସ୍ମିତା ତ୍ରିପାଠୀ

Others

3  

ସ୍ମିତା ତ୍ରିପାଠୀ

Others

ଜୀବନ

ଜୀବନ

1 min
243


ଜୀବନ ଯେ ତଉଲି ହୁଏ

ଭାବ ର ନିକିତି ରେ

କାହା ପାଖେ ସୁଖ ସାଗର ଯେ

କାହାକୁ ତ ଦିଏ ଦୁଃଖ ର...

ଜୀବନ ବି ହେଇଯାଏ

କାହା ପାଇଁ ଗଣିତ

ମିଶାଣ ଫେଡ଼ାଣ ଗୁଣନ

ହରଣ ରେ ଜିଇଁ ଯାଏ ନ ହେଇ ବିରତ..

ଜୀବନ ବି କାହା ପାଇଁ ଦେଇ ଯାଏ

ଶିକ୍ଷା ର ଭଣ୍ଡାର

ନ ରହିବାକୁ ଅବାଟ ରେ

ନୁହଁ ସେଇ ଅଧମ ରତନ ର...

ଜୀବନ ବି କିଏ ଯେ କହେ

ନିଜ ପ୍ରେମ କୁ

କିଏ ବି କହେ ସେ

ନିଜ ଆତ୍ମାକୁ..

ଜୀବନ ତ ରହିଯାଏ

ହଜାର ଭାବରେ

କାହା ପାଇଁ ସିଏ ତ ବୁଡିଯାଏ

ପ୍ରେମ ସାଗରେ..

ଜୀବନ ବି ଅଟେ

ଛକି ଶୂନ ର ଖେଳ

କିଏ ହାରି ଯାଏ କିଏ ଜିତି ଯାଏ

ଏ ତ ଘୋର କଳି କାଳ..

ଜୀବନ ତ ସେଇ ଅଟେ

ମୋହ ମାୟା ର ସଂସାର

ଜୀବନ ତ ଚାଲିଯାଏ

ବାଳୁତ ଯୌବନ ରେ

ଆହୁରି ବି ବାକି ଥାଏ

ବୃଦ୍ଧ କାଳେ..

ଜପ ହେ ନର

ଜୀବନ କୁ ତରିଯିବାକୁ

ପ୍ରଭୁ ଙ୍କ ନାମ

ସେଇ ତ ଆଣିଦେବ

ସାହସ ଲଢ଼ିବାକୁ

ଜୀବନ ସଂଗ୍ରାମ...

ଜୀବନ ବି ସେଇ

ଅଟେ ପରୀକ୍ଷା

ନେଇ ଯାଏ କେତେ ଯେ ଲୁହ କୋହ

ଜୀବନ ବି ସେଇ ଅଟେ

ହୃଦୟ ର ଗୀତ

ଗାଇ ବି ଦିଏ ସେଇ

ବନ୍ଧନ ର ଡୋର...

ମୋହ ମାୟା ହେଇ ବି

ପଡ଼ିବାକୁ ପଡେ ଜୀବନ ଜାଲ ରେ

କିଏ ତରି ଯାଏ ଜୀବନ ଯମୁନା

କିଏ ହାରି ଯାଏ

ଜୀବନ ର ପଥେ ପଥେ ..



Rate this content
Log in