ସ୍ବପ୍ନ -ଏକ ଅଭିମାନି ମନର
ସ୍ବପ୍ନ -ଏକ ଅଭିମାନି ମନର
ବିତି ଯାଇଛି କେତେ ଯେ ରାତି ଲୁହରେ ଲୁହରେ
ଆଜି ତୁ କାହିଁ ଫେରି ଆସୁ ବାର ବାର ସପନରେ..
ଖୋଜିବି ନାଇଁ ବୋଲି କହିଦେଲି ତତେ ଯେ ସବୁ ଦିନପାଇଁ
ଆଜି ତୁ କାହିଁ ପଶି ଆସୁଛୁ ଧସେଇ...
ହେଇଯାଇଛୁ ଏବେ ତୁ ହି ମୋର ସପନ
କଥା ଦେଇଥିଲି ଯାହାକୁ ଭଲ ପାଉଛି ବୋଲି ଦେଇ ମନ..
ତୋ ବିନୁ ରହି ନ ପାରିଲି ଯେବେ
ଆଜି ତୁ ଚାଲି ଗଲୁ କହୁ କହୁ ସେବେ..
ଲୁହ ଝରି ଯାଉଥିଲା କୋହ ଉଠୁଥିଲା ନ ଦିଶିଲା ତତେ
ଆଜି କାହିଁ ପୁଣି ଆସିଛୁ ସେଇ ସପନର ପଥେ ପଥେ ..
ଲିଭେଇ ଦେଲୁ ତ ମୋ ସିନ୍ଦୁର ହେଇଗଲୁ ତୁ ଆଉ କାହାର
ଆଜି ଚାଲିଯା ତୁ ସେଠି, ମୁ ରହିଯିବି ନେଇ ମୋ ମନର ରାଜକୁମାର..
ମିଛ ତ କହିଥିଲୁ ନ ଫେରିବି ଆଉ ଚାହିଁ
ଜୀବନର ପଥରେ ସପନ ଦେଖି କରିଥିଲି ଭୁଲ ମୁହିଁ..
ସପନରେ ତତେ ଖୋଜୁଥିଲି ନିତି ଯେ ନ ବୁଝିପାରିଲୁ ତୁହି,
ଆଜି କାହିଁକି ଆସୁଛୁ ମୋ ମନକୁ ଧସେଇ..
ବାଲ୍ୟରୁ ଯୌବନ ଯାଏ ତ ଭଲ ପାଇଥିଲୁ ନ ଜାଣିଥିଲି ସେ ଥିଲା ମିଛ,
ଆଜି ଯେବେ ଆସିଲା ସମୟ ତୁ ତ ସବୁ କରିଦେଲୁ ତୁଛ..
ସମୟ ର ଦ୍ୱାହି ଦେଇ ହସେଇ ଉଡେଇ ଦେଲୁ ସବୁ ପ୍ରେମ,
ଜଳାଞ୍ଜଳି ଦେଇଥିଲି ସବୁ ତୋରି ଲାଗି ଦେଇ ମନ..
ସବୁ ତ ଆଡ଼େଇଦେଲୁ ,ମୁହଁ ମୋଡିଦେଲୁ ..
ଚାଲି ତ ଗଲୁ ନ ଧରିଲି ତତେ ମୁ ଭିଡି..
ଆଜି କାହିଁ ମୋତେ କହୁ ଯାଉ ତୁ ମନେ ପଡି..
ସପନ ଦେଖିଥିଲି ତତେ ନେଇ ହେବାକୁ ସଂପୂର୍ଣ୍ଣା ନାରୀ,
ନାରୀ ତ କରେଇଦେଲୁନି କରିଦେଲୁ ଦୁଃଖର ନାଉରି..
ସୁଖ କଣ ଜାଣିବା ଆଗରୁ କରିଦେଲୁ ସବୁ ମିଛ,
ଆଜି କଣ ଭାବିଛୁ ପଦୁ ଟିଏରେ ମୁଁ ଭୁଲିଯିବି ସବୁ କଥା ପଛ..
ରଖ ହୋ ସବୁ ନାଟକ ରଖ ହୋ ଆଉ ନ ଦିଅ ଯନ୍ତ୍ରଣା,
ସହି ରହିଥିଲି ପଡି ରହିଥିଲି ସହି ସବୁ ଗଞ୍ଜଣା..
ଆଜି ତୁ ସପନରେ ଆସିଲୁ ବୋଲି କଣ ମାନିନେବି ତତେ,
ଏତିକି ମନେ ରଖ ସପନ ରେ ନିତି ମୁଁ ଖୋଜେ..
ସପନ ତ ସତ ହୁଏ ନାଇଁ ନ ହଉ ବି ସତ
ହେଇଯାଉ ମିଛ ହେଇଯାଉ ଖେଳ ଘର,
ଦୁଃଖ ନାଇଁ ମୋର ହେଇ ଯାଇଛି ମୁଁ ପଥର..
ସପନ ଦେଖିଥିଲି ହାତ ଧରିବି ସବୁଦିନ ପାଇଁ ରହିଯିବି ତୋରି ହୃଦୟେ,
ଆଜି ତୁ ତ ଫିଙ୍ଗିଦେଲୁ ମୋତେ ଯେ, ରହିଯିବି ମୁଁ ଯେ ବିରହେ..
ସପନ ଦେଖି କରିଥିଲି ଭୁଲ,
ବିଶ୍ଵାସ କରି କରିଥିଲି ଭୁଲ..
ହଁ ସପନ ଦେଖି କରିଥିଲି ଭୁଲ
କରିଥିଲି....ଭୁଲ....
ମୋହ ମାୟାରେ ଫସି କରିଥିଲି ଭୁଲ..
ସପନ ରାଇଜରେ ବସି ସପନ ରେ ଖୋଜିଥିଲି
ସପନର ସେଇ ମନ ମଣିଷ ଗଢିବାକୁ ସଂସାର ସୁନା,
ଆଜି ସବୁ ସପନ ନିଜ ହାତରେ ଭାଙ୍ଗି କରିଦେଲି ଚୁନା ଚୁନା...
ଆଉ ଶୁଭିବନି ଝଣ ଝଣ ଶବ୍ଦ ,
କରିବନି ତତେ ଆଉ ବିରକ୍ତ..
ଆଉ ଶୁଭିବନି ମିନତିଟିଏ
ଖାଇବାକୁ ଟିକିଏ..
ଆଉ ରହିବନି ଅଭିମାନି ମନ
ନା ରଖିବ ମାନ..
ଆଉ ଫେରିବିନି କାହା ସପନରେ
ଆଉ ହେବିନି କାହା ରାଜକୁମାରୀ...
ଯାଉଛି ମୁଁ ଅଫେରା ରାଇଜକୁ ଜୀବନ ହାରି...
ସ୍ମିତା ତ୍ରିପାଠୀ
ଖଲାରୀ
ଅନୁଗୁଳ