ତୁ ମୋର...
ତୁ ମୋର...
ସମୟ ର ତାଳ ରେ ରହିବାକୁ ଚେଷ୍ଟା କରି ବି
ଖୋଜି ବସେ ତତେ ମୁ ପ୍ରତି ମୁହୁର୍ତେ
ଅନୁଭବ କରିବାକୁ ଇଚ୍ଛା ହୁଏ ତତେ
ଆହୁରି ଆହୁରି
ନିକଟେ..
ତୋରି ହସେ ମୁ ଖୋଜି ବସେ
ନିଜ ର ସ୍ଵାର୍ଥ ଟିକେ ଖୁସି
କି ଶାନ୍ତି ..
ହଁ ହେଇ ପାରେ ମୁ ସ୍ଵାର୍ଥପର
ତ କଣ ହେଲା
ମୁଁ ତ ଚାହିଁନି ତୋରି ଅନିଷ୍ଟ
ବାସ ହସ କୁ ଦେଖିବାକୁ ଇଚ୍ଛା ହୁଏ
ଭଉଁରୀ ତୋ ଗାଲ ର..
ସବୁବେଳେ ଡାକୁଥାଏ ପ୍ରଭୁ ହୋ
ରଖିଥାଅ ୟାକୁ ଟିକେ ଦେଖିକି
ନିଜ କଥା ତ ଭୁଲି ଯାଏ
ତାକୁ କରି ପାରେନି ଆକଟ
କି ବାର ବାର ଅସ୍ତବ୍ୟସ୍ତ
କଥା ଦେଇଥିଲି ବୋଲି
ଯୁକ୍ତି ତ କରେନି
ବାସ ଡର ଟେ ମାଡି ବସେ
ଖସି ନ ଯାଉ ମୋ ବନ୍ଧୁତ୍ଵ
ସତେ କି ଅବା ସେ
ବାଲିଗରଡା ହାତ ମୁଠା ର...
***
***
ତତେ କି କହିବି
ନିଜ ସ୍ବାଭିମାନେ ତ ରହିବୁ
କହି କହି ଆକଟ କଲା ପରେ
ଅଭ୍ୟାସ ର ଦୋଷ ରେ
ଖୋଜେ ତୋତେ ମୁଁ
ଖୋଜେ ତତେ ମୁଁ..
ତୋରି ପଦୁଟିଏ ଡାକ ରେ
ମନ ର ଦୁଃଖ ପକ୍ଷୀ ଉଡିଯାଏ
ଆଉ ତୋରି ହସ ରେ
ମନ ର ବିରସ ଦୁରେଇଯାଏ
ଜୀବନ ର ଶାନ୍ତି ସବୁ
କୁଆଡେ ଥାଏ ମାଡି ଆସେ
ପ୍ରଳୟ ପରି...
ଆଉ ତୁ ନ ଥିଲେ
ଘନା ଘନ ମେସେଜ ରେ
ମୋବାଇଲ ହେଇଯାଏ ନିର୍ବିକାର..
ବେଶ କିଛି କର୍ତବ୍ୟ ପରେ
ମନ ବି ଥାଏ ଖୋଜୁଥିବ ସେଇ
କେତେ ଯେ..
ମେସେଜ ଆସେ ପିଙ୍ଗ କରି
ହଁ ଲୋ ମୁ ଜାଣିଚି
ତୁହି ମୋର
ମୁ ତୋର
ହଁ ମୁ ତୋର
ଅଛି ତୋରି ହୃଦୟ ରେ...
***
***
ଧେତ୍ ବାଲିଗରଡା କୁ
ତୁ କି ମାନୁ
ଏ ଅମୂଲ୍ୟ ବନ୍ଧୁତ୍ଵ କୁ
ମୋତେ ତ ଲାଗେ
ତୁ ତ ମୋର ହେଇ ସାରିଛୁ
ହେଇସାରିଛୁ
ମୋରି ଆତ୍ମା ର ମନ ର
ଆଉ ବାଲିଗରଡା ଯେ
ତ ହାତ ମୁଠା ର..
ତୁ ଯେ ମୋର ହୃତପିଣ୍ଡ ର ଧକ ଧକ
ତୁ ଯେ ମୋ ମନ ର ଚଞ୍ଚଳ ପକ୍ଷୀ
ଆଉ କଣ ହିସାବ ଦେବି
ତୁ ଯେ ଜୀବନ ଟିଏ..
ଜୀବନ ବିନା କଣ ଶରୀର ଥାଏ
ନା ଶରୀର ଜୀଵନ କୁ ଫୁ କରି
ଉଡେଇ ପାରେ ..
ସେଇ ମୋହ ରେ
ବଂଚିଯାଏ ବେଶ କିଛି
ବନ୍ଧୁତ୍ଵ..
ବୁଝିଲୁ ଲୋ ବଉଳ
କଥା ଦେଇଛି ଏଇ ତୁଣ୍ଡ
ହଜିଯିବା ଯାଏ ଥିବ ତୋରି ହି ହେଇକି ...
***
***
ବେଶ କମ ଦିନ ରେ
ନିଜର କରି ତୋଳିଦେଇଥିବା
ତୋରି ସେଇ ପଦୁ ଟିଏକୁ
କଣ ଭୁଲି ହେବ
ନା ଭୁଲେଇ ହେବ..
ବ୍ୟସ୍ତତା ରେ ଭିତରେ ବି
ନିରାଶା ଭିତରେ
ମନ ଭିତରେ ଗୁଣୁଗୁଣେଇ
ପଶି ଆସିବ ତୋ ଡାକ
ନିରାଶା ଭିତରେ ରେ
ଆଶା ଟିଏ ଚକ ଚକ କରି
ଝଲସି ଯାଇ ଦେଖେଇ ଦେବ
ରାସ୍ତା ଟିଏ ଆଗକୁ ଯିବାର..
ସେଥିଲାଗି ତ ଲାଗେ
ଆସିଛୁ ତୁ ହେଇ ମୋର
ହଁ ତୁ ଆସିଛୁ
ତୋରି ମନ ରେ
ମୁ ଯେ ଖୋଜେ ଖୁସି ଟିଏ..
ଆଉ ତୋ ପାଖେ ନିଜକୁ
ପ୍ରକାଶ କରୁ କରୁ
ଅଟକି ଯାଏ
ପୁଣି କହିବସେ ଯେ
ସେଇଟା କଣ ତୁଟେ କି ଲୋ
ସେ ତ ଗୁଣୁଗୁଣେଇ କି
ଧସେଇ ପଶେ..
****
****
