Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସ୍ମିତା ତ୍ରିପାଠୀ

Inspirational Fantasy

3  

ସ୍ମିତା ତ୍ରିପାଠୀ

Inspirational Fantasy

ବନ୍ଧୁ ପାଇଁ ପଦେ

ବନ୍ଧୁ ପାଇଁ ପଦେ

1 min
573


ବନ୍ଧୁ ମୋର ଆଜି ମନେପଡେ

ବାଲ୍ୟ ବେଳର

ଚପଳତା ଭିତରେ ଖୋଜି ବୁଲେ

ପ୍ରେମ ସାଗର ।

ବନ୍ଧୁ ମୋର ଆଜି ମନେପଡେ

କିଶୋରୀ ବେଳର

ହେ ଫେ' କରି ବିତାଉଥିବା ସନ୍ଧ୍ୟା

ନିରୋଳା ଗପସପ ଶୀତ ରାତିର ।

ପରସ୍ପର ଖାଦ୍ୟ ଛଡେଇ ଖାଉଥିବା

ମଜାରେ ପୁଲକିତ ସମୟ 

ଦେହରେ ସ୍ପର୍ଶ ଅନୁଭବ କରିବାର

ବସନ୍ତ ମଳୟ ।

ବନ୍ଧୁ ମୋର ଆଜି ବି ମନେ ପଡେ

ମାମୁଲି ଅବିଶ୍ଵାସକୁ ନେଇ ଝଗଡା

ଆଜି ବି ଭୁଲି ନାହିଁ

ସତେ କି ଅବା ସେ ଜାଗା ପୋଡା ।

ଦୁଃଖରେ ଜଳୁ ଥାଏ 

ବନ୍ଧୁ ବିରହେ

ତଥାପି ନିଜ ସ୍ଵାଭିମାନ

ମୁଣ୍ଡ ନୁଏଇ ନ ଦିଏ ।

ଆଜି ବି ଖୋଜେ କୃଷ୍ଣ ସୁଦାମା ପ୍ରେମ

ବନ୍ଧୁତ୍ଵର ନିବିଡେ

ବନ୍ଧୁ ମୋର ଆଜି ମନେପଡେ ।

କିଛି ବନ୍ଧୁ ରହିଯାନ୍ତି ମନ ଗହନେ

କିଛି ବି ହଜି ଯାନ୍ତି ଗଗନେ

କିଛି କିଛି ହେଇ ଯାନ୍ତି ସ୍ମୃତି ହେଇ

କିଛି ବି ଥାନ୍ତି ସ୍ଵାର୍ଥ ନେଇ ।

ତଥାପି ଆଜି ମୁ ଖୁସି

ମୋ ବନ୍ଧୁ ସମୀପେ

କରି ମୁଁ ଜିଦି

ମିଶି ଯାଏ ମେଳାପେ ।

କିଛି ଅବିଶ୍ଵାସର ତିକ୍ତ

ଅନୁଭୂତି ନେଇ

ବିରକ୍ତ ହେଲା ପରେ 

ଭୁଲି ବି ପାରେ ନାଇଁ

ଅବିଶ୍ଵାସ ରେ ଭଙ୍ଗୁର ମନକୁ

ବୁଝେଇବାକୁ ନ ଥାନ୍ତି କେହି ।

କିଛି ବନ୍ଧୁ ଥାନ୍ତି

ହୃଦୟର କ'ଣରେ

ଅଭିମାନି ଲୁହକୁ

ଜାବୁଡି ରଖିଥାନ୍ତି ଭିତରେ ।

ଅଭିମାନି ମୋର ଏଇ ବନ୍ଧୁ

କ୍ଷମା କରି ଦିଅ

ଆଜି ବି ଭୁଲିନାହିଁ

ବନ୍ଧୁତ୍ଵର ଖିଅ ।


Rate this content
Log in

Similar oriya poem from Inspirational