ବାବା
ବାବା
ଦୁଃଖକୁ ଢାଲ କରି ବଂଚି ବଂଚି
ସମସ୍ତଙ୍କ ପାଇଁ ହସୁଥିବା ନିରବ ମଣିଷଟିଏ
'ବାବା'...
ନିଜ ଖୁସିକୁ ଜଳାଞ୍ଜଳି ଦେଇ ଦେଇ
ନିଜକୁ ସାନ୍ତ୍ୱନା ଦେଇ ଦେଇ ବଂଚିଯାଉଥିବା ନିରବ ମଣିଷ ଟିଏ
'ବାବା'...
ହେଇ ପାରେ ନୁହଁ ମୁଁ ତମରି ରକ୍ତର
ହେଲେ ବି ନୁହଁ ବଂଚିତ ତମ ସ୍ନେହରୁ
ସେଇ ନିରବ ମଣିଷ ତମେ
'ବାବା'...
ମନ କଥା ପଢି ସାରିଲା ପରେ ବି
ଜାଣି ଜାଣି ଅଭିନୟ କରି ପଚାରୁଥିବା
ନିରବ ଅଭିନେତା ଏ ଜୀବନ ମଞ୍ଚରେ
ସିଏ ହିଁ 'ବାବା'...
ଥରେ ନୁହଁ ବାର ବାର କରିଛି ସ୍ୱୀକାର
ତମେ ନୁହଁ ଏକା
ଦୁଃଖକୁ ଢାଲ କରି ବଂଚି ଗଲା ପରେ
ସେଇ ହସଟିକୁ ନିଃସ୍ୱାର୍ଥରେ ବଡ଼ ବୋଲି
ତ୍ୟାଗ କରି କରି ନିଃସ୍ଵ ହେଲା ପରେ ବି
ରହିଥିବି ତମ ସାଥିରେ
କେବଳ ଡାକିବାକୁ
'ବାବା'
ଆଖିର କୋଉ କୋଣରୁ ଜାକି ଆସୁଥିବା ଲୁହକୁ
ସମସ୍ତିଙ୍କ ଅଲକ୍ଷ୍ୟରେ ସିନା ପୋଛି ଦେଇ
ହସିଦେଇ ପାର ତମେ
ହେଲେ ଧରି ନେଇ ମୁଁ ନିରବେ ଚାହିଁ ରହେ,
ମୋ ସାମ୍ନାରେ ଅଭିନୟ ଧରା ପଡିଯିବା ଭୟରେ
ମୁହଁ ବୁଲେଇ ଚାଲିଯାଅ ତମେ
'କାମ ଅଛି ତେଣେ ' କହି କହି
ପୁଣି ପଛକୁ ଫେରି ଚାହିଁ ଭାବ
କେଉଁ ଉପାଦାନରେ ଗଢ଼ା କେଜାଣି
ଏ ନିରୀମାଖୀ ଝିଅଟି
ସେଇ ବା ତମେ ଇ
'ବାବା'..
ତମରି ବାବାତ୍ଵ ଭିତରେ ଖୋଜେ ବେଳେବେଳେ
ସହି ସହି ଥକି ପଡିଥିବା
ନିଃଶେଷ ପଥରକୁ
ତମ ଛାତିରେ କାନ୍ଦିଲା ବେଳେ
ପ୍ରତିଟି ସ୍ପନ୍ଦନରେ ଖୋଜେ
ହାରି ଯାଇ ଜିତିବାର ଅଭିନୟରେ
ହସିଥିବା ହସର ସ୍ୱରକୁ...
ବାବା ! ତମେ ସିନା ଦୁନିଆ ପରିବାର ପାଇଁ କରିଚାଲ
ହେଲେ ନିସ୍ଵାର୍ଥ ପଣରେ କାଳେ ହାରିଯିବ ତମେଇ
ମୋ ପାଖେ
ସେଇ ଲାଗି ବାର ବାର କହେ
'ସେତିକି ପାରୁଛ କରିଚାଲ ତଥାପି ଅଛି ମୁଁ ସାଥିରେ'
କେଜାଣି ମୋ କିଞ୍ଚିତ ଭଲ ପାଇବା ତକ
ଆଣିଦେବ ସାହସ
ଲଢ଼ିବାକୁ ଏ ସଂସାରରେ
ଏକ "ବାବା" ବନିବାକୁ....
ତମ ରାଗ ଅଭିମାନ ପଣ ଭିତରେ ବି
କଠୋର ତା ର ଅଭାବକୁ ବେଶ
ପଢିପାରେ ବୋଲି
ମୋ 'ଲଭ ୟୁ ବାବା' ରେ ହସିଦେଇ
ପଳେଇଯାଅ ତମେ 'ଧେତ' କହିଦେଇ
ହେଲେ ମୁଁ ସାଉଁଟି ପାରେ ସେଇ ହସର
କାରଣ ଭିତରେ ନିଜର ପାରିବା ପଣଟିକୁ....
ତମରି ଭିତରେ ନିଜକୁ ସଜେଇଦେଇ
ନିମଗ୍ନ ହେଇଗଲା ପରେ
କେବଳ ଚିତ୍ରଟିକୁ ଭିଡି ନେଇ
ରାତି ଅଧରେ ବୁହେଇଚାଲେ
କେବଳ ତମରି ତ୍ୟାଗକୁ ପିଇ ପିଇ
ସମ୍ପୂର୍ଣ୍ଣ ହେବା ଆଶାରେ
ଶେଷ ସପନଟି...