STORYMIRROR

Anita Dash

Romance Tragedy

4  

Anita Dash

Romance Tragedy

ଅପେକ୍ଷାର କ୍ଷଣ

ଅପେକ୍ଷାର କ୍ଷଣ

1 min
375

ସମୟର ରଣକ୍ଷେତ୍ରେ

ଦୁର୍ଭାଗ୍ୟ ଓ ନିରାଶାର ନିଷ୍ଠୁର ଆଘାତେ

ତିଳ ତିଳ ମରୁଥିବା 

ଅତୃପ୍ତ ଆଶା ସମୁହର ଶବ ନଙ୍କୁ

ସାଇତିବାକୁ ପଡିଥାଏ ଯତ୍ନର ସହକାରେ

ସ୍ମୃତିର କଫିନ୍ ଭିତରେ। 


ରାତ୍ରୀର ସାହାରାରେ ଅବଶ ଶରୀରଟି 

ତାର ଅବଚେତନ ମନ ସହିତ ସନ୍ଧି କରି 

ପୁଣି ଦଖଲ କରିଥାଏ ସ୍ଵପ୍ନର ଇଲାକା। 

ସକାଳର ଆଗମନରେ 

ଚେତନାରେ ପୁଲକ ଭରି ଗଢ଼ି ଉଠୁଥିବା 

ଆଶାର ସୌଧ ସବୁ 

ପୁଣି ଝଲମଲ ହୋଇ ଉଠିଥାନ୍ତି 

ରବି କରର ସାନ୍ନିଧ୍ୟରେ । 


ସ୍ୱପ୍ନ ସହିତ ବାସ୍ତବତାର 

ଆଉ ଆଶା ସହିତ ନିରାଶାର

ଛକି-ଶୂନ ଖେଳରେତ ଏଇମିତି

ସରି ସରି ଯାଇଥାଏ ଆୟୁଷଟା ଜୀବନର । 


ଜୀବନକି ଜୀଇଁ ପାରେ ପ୍ରଶ୍ଵାସର ବିନା

ଆଉ ଶରୀରର ସ୍ଥିତି କାହିଁ ଜୀବନର ବିନା !

ଖାସ୍ ସେଇଥିପାଇଁତ ସଦା

ସ୍ଵପ୍ନିଳ ମନଟି ନେଇ

ପ୍ରଶ୍ୱାସରେ ବିଶ୍ୱାସର ପ୍ରାଣ ଭରି ଭରି 

ସନ୍ତୋଷରେ ସୁଖକୁ ସାଉଁଟି ଧରି 

ହସି ହସି ଜୀଉଁଥାଏ 

ଅବିରତ ନିରୀହ ଜୀବନ। 


ଏବେ କିନ୍ତୁ ଜୀବନର ଏକମାତ୍ର ଇଚ୍ଛାଟିଏ ବାକି

କେଉଁଠାରେ କେତେ ଦୂରେ ଅଛ ରହି

ଚିର ଇପ୍ସିତ ହେ ମୋର

ପୂଣ୍ୟତୋୟା ମୋକ୍ଷ ମନ୍ଦାକିନୀ !

କେବେ କହ ଶେଷ ହେବ ଅପେକ୍ଷାର କ୍ଷଣ!

ଜୀବନର ସାୟାହ୍ନରେ କଣ

ଛୁଇଁକି ପାରିବି ସେହି ପବିତ୍ର ଚରଣ !

ତବ ପ୍ରୀତି ସୁଧା ସ୍ନିଗ୍ଧ ଜଳେ ସ୍ନାନ କରି 

ସ୍ମୃତିର କଫିନ ତଳେ ସାଇତା ମୋ

କୁଢ଼ କୁଢ଼ ଆଶାର ଅତୃପ୍ତ ଆତ୍ମା 

ସତେ କଣ ଲଭିବେ ମୁକତି ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance