Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Sahoo

Tragedy

4.5  

Gayatri Sahoo

Tragedy

ଅପେ‌‌କ୍ଷା

ଅପେ‌‌କ୍ଷା

1 min
275



ବିତିଯାଏ ଦିନ ବିତିଯାଏ ରାତି 

ଅଧୁରା ଏ ମନ କଥା 

କାନ୍ଦୁଥାଏ ମନ ଭିଜୁଥାଏ ରାତି 

ଗାଏ ଅପେକ୍ଷାର ବାର୍ତ୍ତା ।


ପଥ ଚାଲୁଥାଏ ପଛକୁ ନ ଫେରି 

ବାଟୋଇ ଟିଏ ସେ ସାଜି 

ଆଖିର ଲୁହକୁ ସାଥି ବନେଇଛି 

ତୁମ ଅପେକ୍ଷାରେ ଆଜି ।


ଆତଙ୍କିତ ହୋଇ ବାଟ ବଣାହେଲି

ଶୁଣିଲି ଶୂନ୍ୟତା ଗର୍ଜନ 

ଆକୁଳ ନିନାଦ ଚିତ୍କାର ତାହାର 

ଖାଇଗୋଡ଼ଉଛି ନିର୍ଜନ ।


ଆୟୁ ସୂର୍ଯ୍ୟ ସେତ ଢଳିଢଳି ଯାଏ 

ତରୁଣ ଉଛୁଳା ପ୍ରୀତିରେ 

ଧୀରେ ଧୀରେ ପାଦ ଖସିଖସି ଚାଲେ 

ଜୀବନର ଚୋରା ବାଲିରେ ।


ଅପେକ୍ଷାରେ ତୁମ ଆଜିବି ରହିଛି 

ଶ୍ରୀହୀନ ହୋଇଛି ହୃଦୟ 

ଯନ୍ତ୍ରଣା ର ସୁଅ କରେ କଲବଳ 

ଲିଭୁଛି ଜୀବନର ଅଭିସାର ।


ସର୍ଣ୍ଣିମ କିରଣ ଖେଳିଯିବ ଦିନେ 

ତରଙ୍ଗ ସାଜି ହୃଦୟେ

ଅପେକ୍ଷାରେ ଅନ୍ତ ଘଟିଯିବ ପୁଣି 

ପାହାନ୍ତି ଉଷାର ସ୍ପର୍ଶରେ ।



Rate this content
Log in

Similar oriya poem from Tragedy