STORYMIRROR

Nibedita Mishra

Romance Tragedy

3  

Nibedita Mishra

Romance Tragedy

ତୋ ମୋ ଭିତରେ

ତୋ ମୋ ଭିତରେ

1 min
430


କିଛି ଅନିଚ୍ଛାକୃତ ଦୂରତା ହେଇଯାଇଛି ......ତୋ ମୋ ଭିତରେ

ନ ହେଲେ ଭୁଲିଯିବା ଲୋକ ......ତୁ ବି ନୁହଁ ..କି ..ମୁଁ ବି ନୁହଁ।

କିଛି କଥା ଅବ୍ଯକ୍ତ ଅକୁହା ରହିଯାଇଛି....... ତୋ ମୋ ଭିତରେ

ନ ହେଲେ ଅବୁଝା ଲୋକ ତ ......ତୁ ବି ନୁହଁ ..କି ..ମୁଁ ବି ନୁହଁ।

କିଛି ଅଳନ୍ଧୁ ସଦୃଶ ଗୁଡେଇ ହେଇଯାଇଛି....... ତୋ ମୋ ଭିତରେ

ନ ହେଲେ ଛନ୍ଦୀ ହେବା ଲୋକ .....ତୁ ବି ନୁହଁ ..କି ..ମୁଁ ବି ନୁହଁ।

କିଛି ଅସମ୍ଭାବୀ ପରିବର୍ତ୍ତନ ହେଇଯାଇଛି .......ତୋ ମୋ ଭିତରେ

ନ ହେଲେ ବଦଳି ଯିବା ଲୋକ .....ତୁ ବି ନୁହଁ.. କି ...ମୁଁ ବି ନୁହଁ।

କିଛି ଅପ୍ରାପ୍ଯ ପାଇବା ବାକି ରହିଯାଇଛି .......ତୋ ମୋ ଭିତରେ

ନ ହେଲେ ହଜେଇଦେବା ଲୋକ .....ତୁ ବି ନୁହଁ ..କି ..ମୁଁ ବି ନୁହଁ।

କିଛି ଜିତଯିିବାର ଆସକ୍ତି ମରିଯାଇଛି ........ତୋ ମୋ ଭିତରେ

ନହେଲେ ହାରିଯିବା ଲୋକ .... ତୁ ବି ନୁହଁ.... କି ....ମୁଁ ବି ନୁହଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance