ତୋ ମୋ ଭିତରେ
ତୋ ମୋ ଭିତରେ
କିଛି ଅନିଚ୍ଛାକୃତ ଦୂରତା ହେଇଯାଇଛି ......ତୋ ମୋ ଭିତରେ
ନ ହେଲେ ଭୁଲିଯିବା ଲୋକ ......ତୁ ବି ନୁହଁ ..କି ..ମୁଁ ବି ନୁହଁ।
କିଛି କଥା ଅବ୍ଯକ୍ତ ଅକୁହା ରହିଯାଇଛି....... ତୋ ମୋ ଭିତରେ
ନ ହେଲେ ଅବୁଝା ଲୋକ ତ ......ତୁ ବି ନୁହଁ ..କି ..ମୁଁ ବି ନୁହଁ।
କିଛି ଅଳନ୍ଧୁ ସଦୃଶ ଗୁଡେଇ ହେଇଯାଇଛି....... ତୋ ମୋ ଭିତରେ
ନ ହେଲେ ଛନ୍ଦୀ ହେବା ଲୋକ .....ତୁ ବି ନୁହଁ ..କି ..ମୁଁ ବି ନୁହଁ।
କିଛି ଅସମ୍ଭାବୀ ପରିବର୍ତ୍ତନ ହେଇଯାଇଛି .......ତୋ ମୋ ଭିତରେ
ନ ହେଲେ ବଦଳି ଯିବା ଲୋକ .....ତୁ ବି ନୁହଁ.. କି ...ମୁଁ ବି ନୁହଁ।
କିଛି ଅପ୍ରାପ୍ଯ ପାଇବା ବାକି ରହିଯାଇଛି .......ତୋ ମୋ ଭିତରେ
ନ ହେଲେ ହଜେଇଦେବା ଲୋକ .....ତୁ ବି ନୁହଁ ..କି ..ମୁଁ ବି ନୁହଁ।
କିଛି ଜିତଯିିବାର ଆସକ୍ତି ମରିଯାଇଛି ........ତୋ ମୋ ଭିତରେ
ନହେଲେ ହାରିଯିବା ଲୋକ .... ତୁ ବି ନୁହଁ.... କି ....ମୁଁ ବି ନୁହଁ।

