Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Tragedy Inspirational

4.3  

Sambit Srikumar

Tragedy Inspirational

କାଷ୍ଠର ଶକଟ

କାଷ୍ଠର ଶକଟ

1 min
284


#ଫ୍ରି_ଇଣ୍ଡିଆ 


ଅଥ ମାଗୁଣି ଉବାଚ: 


ରହ ରହ ଦଣ୍ଡେ ମୋର କାଷ୍ଠର ଶକଟ

ମୁହିଁ ଦେଖିବି ସର୍କାର ବିଭତ୍ସ ସ୍ବରୂପ

ଉଡ଼ା କଥାରେ ନାହିଁ ମୋହରି ବିଶ୍ବାସ 

ବାସ୍ତବ ବିଶ୍ବେ କି ତା' ଦେବ ଉଚ୍ଛ୍ବାସ?? 


ନିରୀହ ଜନତାର ବଳେ ହୋଇ ବଳିୟାନ 

ଗାଦୀରୁଢ ହୋଇ କରନ୍ତି ରାଜ୍ୟ ଶାସନ

ଭାଷଣ ଭାଷନ୍ତି ଯାହା କାର୍ଯ୍ୟେ ନକରନ୍ତି 

କରୁଥିବା କଥା କେହି ଯେ' ନଜଣନ୍ତି!! 


ଝିଣ୍ଟିକା ମାରି ଇଏ ଯେ' ବଣି ପୋଷନ୍ତି 

ସ୍ପଷ୍ଟ ଦିବାଲୋକରେ ଲାଞ୍ଚ ଟଙ୍କା ନିଅନ୍ତି

ଅଯୋଗ୍ୟ ମଥାରେ ସଦା ବାନ୍ଧନ୍ତି ଶିରିପା 

କାହା ଆଗେ କୁହ ଭଲା ଗୁହାରି କରିବା?? 


ବିନା ସ୍ବାର୍ଥେ ନ ଚଳଇ ଏହାଙ୍କ ଶାସନ

ଆଇନ ଶୃଙ୍ଖଳା ପରିସ୍ଥିତି ସବୁଠୁ ସଙ୍ଗୀନ

ସରକାର ଯେ ଶୋଇଛି ହୋଇ ନିର୍ବିକାର 

ରାଜ୍ୟର ସର୍ବତ୍ର ଛୁଟୁଛି ଉଜାଣି ନିଶାପାଣିର!! 


ଆପାଦମସ୍ତକ ଡୁବି ଦୁର୍ନୀତି ପଙ୍କରେ 

ତଥାପି ରଟନ୍ତି ଆମେ ଧବଳ ଟଗର 

ଦଙ୍ଗା ଭିଆଇ ରକ୍ତେ ଖେଳନ୍ତି ହୋରି 

ନିରପେକ୍ଷତା ଏହାଙ୍କ ଧର୍ମକୁ ଆଖିଠାର!! 


କାଗଜକଲମରେ କରନ୍ତି ଦାରିଦ୍ର୍ୟ ଦୂରୀକରଣ 

ସଦା କରୁଥାନ୍ତି ଠିକାଦାର ମଧ୍ୟସ୍ଥି ପରିପୋଷଣ

ପାତରଅନ୍ତରେ କରନ୍ତି ଯୋଜନାର ରୂପାୟନ 

ଦଳୀୟ ଭିତ୍ତିରେ କରନ୍ତି ହିତାଧିକାରୀ ଚୟନ!! 


ଘୋଷଣା - ପ୍ରଚାର ସର୍ବସ୍ବ ଏଇ ସରକାର 

ଫଳକ ଶିଳାନ୍ୟାସେ କରନ୍ତି ବିକାଶ ରାଜ୍ୟର 

ଭଦ୍ରମୁଖା ଆଢୁଆଳେ ଚାଲେ ନାନା ବ୍ଯାଭିଚାର 

ଚଉଦିଗେ ଶୁଭୁଅଛି ଆଜି ଜନତା ହାହାକାର!! 


ସଂସ୍କୃତି ପରମ୍ପରା ଐତିହ୍ୟକୁ କରନ୍ତି ହତାଦର 

ଜନତାର ଭାବାବେଗେ ଦିଅନ୍ତି ଆଘାତ କୁଠାର 

ଆଦାୟ କରନ୍ତି ଜନତାଠୁ ଅତ୍ଯଧିକ ଅତିରିକ୍ତ କର 

ଭରିବାକୁ ଚେଲା ଚାମୁଣ୍ଡା ବଚସ୍କର ବୃନ୍ଦଙ୍କ ଉଦର!! 


ସର୍କାର ଦୋଷ ତୃଟି ଦର୍ଶାଇଲା ଯେଉଁ ନର 

ତା'ର ରାଇଜେ ରହିବାର ନାହିଁ ଅଧିକାର 

ମାନବାଧିକାର ସୁରକ୍ଷା କଥା ଭାଇ ନପଚାର 

ଜୀଇଁ ଥାଉ ଥାଉ ସେ ଦେଖିବ ନର୍କପୁର!! 


ଏହି ପରା ଅଟଇ ସରକାରୀ କଳର ଗୁମୁର 

ଏଇ ଧାରାରେ ଚାଲିଛି ସବୁଠିଁ ସରକାର 

ଯିଏ ବି ଆସୁ କ୍ଷମତାକୁ ଏକଇ ନୀତି ତା'ର 

ଗତାନୁଗତିକ ଧାରାରେ ରାଜକୋଷ ଲୁଟ୍ କର!! 



Rate this content
Log in

Similar oriya poem from Tragedy