STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ବାପୁ

ବାପୁ

1 min
245

#ଫ୍ରି_ଇଣ୍ଡିଆ 

'ବାପୁ' 'ବାପୁ' ବୋଲି ତୁମ୍ଭେ କାହିଁକି ରଟୁଛ

କାହିଁକି ପୂଜୁଛୁ ଦେଇ ଧୂପ ଦୀପ ସୁଗନ୍ଧି ପୁଷ୍ପ

ସାବରମତୀ ରାଜଘାଟେ ଅବା ଛକ ମଣ୍ଡପେ

କାହିଁକି ବସାଅ କିଛି ନିର୍ଦ୍ଦିଷ୍ଟ ଦିବସେ ହାଟ?

କାହିଁକି ଗଢିଛ ତା'ର ପ୍ରତିମୂର୍ତ୍ତି ବଜାରେ

କାହିଁକି ଆଙ୍କିଛ ତା'ର ତୈଳଛବି ଦପ୍ତରେ

କାହିଁକି ଛାପିଛ ତା'ର ପ୍ରତିଛବି ମୁଦ୍ରାରେ

ଯଦି ନଥାପିଛ ତାକୁ ନିଜ ମନମନ୍ଦିରେ?

ଥିଲା ସେ ରକ୍ତ ମାଂସ ହାଡରେ ଗଢା ମଣିଷ

କିଏ ବା କାହିଁକି ଆଜିର ବିଶ୍ବରେ କରିବ ବିଶ୍ବାସ?

କାହିଁକି ଦିଅ ତାକୁ ଗୋଟିଏ ରୂପ ନିର୍ଦ୍ଦିଷ୍ଟ ସ୍ବରୂପ

ସେଇ ତ ସତ୍ଯର ଆଲୋକ ଅଲିଭା ଦୀପ।

ତୁମେ ତ ଭୁଲିଛ ତା ନୀତି ବାକ୍ଯ ଜୀବନାଦର୍ଶ

ସତ୍ଯ ଅହିଂସା ଆସ୍ତେୟ ଅପରିଗ୍ରହ ବ୍ରହ୍ମଚର୍ଯ୍ୟ

ସ୍ବପ୍ନର ରାମରାଜ୍ୟରେ ତାହାର  ଭରିଛ ବିଷ

ଆଶା ଆକାଂକ୍ଷାକୁ କପଟରେ କରିଛ ନାଶ।

ଭ୍ରଷ୍ଟାଚାର କଳେଙ୍କାରୀରେ ଡୁବେ ଭାରତ

ସମାଧି ନିଏ ତହିଁରେ ଗାନ୍ଧୀନୀତି ଗାନ୍ଧୀବାଦ

କଷ୍ଟାର୍ଜିତ ସ୍ବରାଜ ହୁଏ ନାରଖାର ଭୂଲୁଣ୍ଠିତ

ସ୍ବର ଉତ୍ତୋଳନ କରିବାକୁ କିଆଁ ତୁମ୍ଭେ କୁଣ୍ଠିତ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy