STORYMIRROR

Kalyani kumari Sahoo

Tragedy

3  

Kalyani kumari Sahoo

Tragedy

ଅପେକ୍ଷା

ଅପେକ୍ଷା

1 min
139

ଭାବିଥିଲି 

ତତେ କିଛି କହିବି

ଟିକେ ଶୁଣିବୁ

ମତେ ବୁଝିବୁ

ନିଇତି ରାତିରେ ତକିଆ ଭିଜେ

ବୁକୁ ଫଟା ଚିତ୍କାର ସାଥେ

ଭାବନା ଖଣ୍ଡ ଖଣ୍ଡ ହେଇ ଭାସିବୁଲେ

ସ୍ବପ୍ନର ଦରିଆ କୂଳେ

ମଉଳି ଯାଏ ମନ 

ଗଭୀର ଆଘାତରେ

ଅସୁମାରୀ ଆଶା ଜଳିଉଠେ

ହାତ ପାହାନ୍ତାରେ

ଭାଙ୍ଗିଯାଏ ମନ

ପ୍ରତାରଣାରେ

ନିର୍ଜନ ରାତିରେ

ଥରି ଉଠେ ଓଠ

କମ୍ପି ଉଠେ ଦେହ

ତୋ ଅପେକ୍ଷାରେ ।


Rate this content
Log in

Similar oriya poem from Tragedy