STORYMIRROR

Kalyani kumari Sahoo

Thriller

3  

Kalyani kumari Sahoo

Thriller

ଅମୀମାଂସା

ଅମୀମାଂସା

1 min
269

ଇଚ୍ଛା ଓ ଈର୍ଷା କେତେବେଳେ

ନଦୀର ଦୁଇ ଧାର,

ପୁଣି କେବେ ସମ୍ପର୍କ ତିଆରନ୍ତି

ନିଆଁ ଆଉ ଘିଅର

ଯେପରି କ୍ଷୀର ସାଥେ ନୀରର...


କିନ୍ତୁ ଦୁହେଁ ବିବେକ ଆଢୁଆଳରେ

ଲୁଚକାଳି ଖେଳନ୍ତି

ପାଇବାକୁ ଠିକଣା ତୋର,

ଇଚ୍ଛା ତୋର ନିକଟରୁ

ନିକଟତର ହେବାକୁ,

ଈର୍ଷା ତୋ ପାଖରୁ

ଅନ୍ୟମାନଙ୍କୁ ଦୂରକୁ ନେବାକୁ...


ବେଳେବେଳେ ଆଗତ କରନ୍ତି

ସନ୍ଧି ପ୍ରସ୍ତାବର ଆଶା,

ପୁଣି କିଛି ସମୟ ପରେ

ସୃଷ୍ଟି କରନ୍ତି

ଘମାଘୋଟ୍ ଯୁଦ୍ଧର ଆଶଙ୍କା

ଆଶା ଆଶଙ୍କାଶର ଦୋଳୀୟମାନ ଗତି ବି

ପଥ ରୁଦ୍ଧ ହୁଏ

ଇଚ୍ଛା ଈର୍ଷା ଦୁହେଁ ନିଷ୍କ୍ରିୟ ହୁଅନ୍ତି

ଯେବେ ତୋ ହସିଲା ମୁହଁ

ମୋ ଆଖିରେ ନାଚିଯାଏ,


ବାସ୍ କାରଣ ଖାଲି ଏତିକି

'ତୁ' ନାୟିକା ମୋ କାହାଣୀର

କେବଳ ସେଥିପାଇଁ 

ଅମୀମାଂସିତ ରହେ ନିଷ୍ପତ୍ତି

ଈର୍ଷା ଓ ଇଚ୍ଛା ମଧ୍ୟରେ

ବିଜେତା ଘୋଷଣାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller