ଏଇ ମନ ବୃନ୍ଦାବନ
ଏଇ ମନ ବୃନ୍ଦାବନ
ଅଳସୀ ଜହ୍ନ ର ଛାଇ
ଭଲଲାଗେ ଭାରି ଗାଁ ନଈପଠା
ଉପରେ ପଡେ ଯେବେ ବିଛାଇ
ସବୁଠି ଜହ୍ନର ଚିହ୍ନ
ମନ ଆଉ ଉପବନେ କସ୍ତୁରୀ ବାସ୍ନାରେ
ମହମହ ମୁଗ୍ଧ ମନ ବୃନ୍ଦାବନ
ଅଳସି ଫୁଲର କ୍ଷେତ
ବାସୁଥାଏ ନିତି ଡାକୁଥାଏ ଆ ମିତ
ପ୍ରକୃତି ଭିତରେ ପ୍ରକୃତି ଆଣିଛି
ଶ୍ରମ ସାର୍ଥକ ଜୀବନ ଧନ୍ୟ
ହଳଦିଆ ଫୁଲ ସୋରିଷ, ଅଳସି, ସୂର୍ଯ୍ୟମୁଖୀ
ଦେଖାଏ ଦିଗ ଆଉ ଦାଗ ଦେହ ମନ
ସବୁଦିନ ନୁହେଁ ଚାନ୍ଦିନୀ ରାତି
ସବୁ ମନ କେବେ ଉଠେନା ମାତି
ସହିଷ୍ଣୁତା ଭରେ ଜହ୍ନ
କେବେ ସେ ଉଦାସୀ କେବେ ମଦାଳସୀ
କେବେ ଅଳସୀ କେବେ ପୂର୍ଣ୍ଣମୀ
ଅମାବାସ୍ୟା ଆଣେ ଦହନ କମ୍ପନ
ଜହ୍ନ ପ୍ରକୃତିର ଶ୍ରେଷ୍ଠ ଚିହ୍ନ
ଦେଖିଦେଲେ ଥରେ ଲାଗେ ଏତେ ଭଲ
ନଥାଏ ଚିତ୍ର ଚରିତ୍ର, ବାସେ ତୁଳସୀ ଚନ୍ଦନ
ମନ ନିତ୍ୟ ବୃନ୍ଦାଵନ ।।
