ବାପା ଆଉ ମାଆ
ବାପା ଆଉ ମାଆ
ମାପିଛକି କେବେ ମାଆର ମମତା
ହୃଦୟର ତରାଜୁରେ
ଦେଖିଛକି କେବେ ତା ଆଖିର ଅଶ୍ରୁ
ଲୁଚି ଲୁଚି କାହିଁ ଝରେ ।
ଦେଖିଛକି କେବେ ବାପା ର ଯନ୍ତ୍ରଣା
କାହିଁ ବୁକୁ ତଳେ ଚାପି ଦିଏ
ବୁଝିଛକି କେବେ ତାଙ୍କ ମନ ବେଦନା
କାହିଁ କାହାକୁ କହି ନଥାଏ ।
ଭାବିଛକି କେବେ ମାଆ ର ଦୁଃଖ
କାହିଁକି ସେ କୁହେ ନାହିଁ
ଶୁଣିଛକି କେବେ ମାଆ ର ପଣତ
ପିଲାଠୁଁ ଯାଏ ଦୁରେଇ ।
ଦେଖିଛକି କେବେ ବାପାଙ୍କ ର ରାଗ
କ୍ଷଣିକରେ ଶେଷ ହୁଏ
ମନତଳେ କେତେ ଅକୁହା ବେଦନା
କହି ପାରନ୍ତିନି ସିଏ ।
ଜାଣିଛକି ତୁମେ ମାଆ ବ୍ରତ ଉପବାସ
କାହିଁକି ସେ ରଖିଥାଏ
ପିଲାଙ୍କ ମଙ୍ଗଳ ତା ପାଇଁ ଅମୂଲ୍ୟ
ନିଜକୁ ସମର୍ପି ଦିଏ ।
ବୁଝିଛକି କେବେ ବାପାଙ୍କର ଗାଳି
ତା ପିଲାର ସଂସ୍କାର ପାଇଁ
ସେ ଗାଳିର ଥାଏ କେତେ ଅତ୍ମୀୟତା
ବାପା ହେଲେ ବୁଝିବୁ ତୁହି ।
ବାପା, ମାଆ ଦୁଇ ଅମୂଲ୍ୟ ସମ୍ପତ୍ତି
ପାଇବୁନି ଜୀବନରେ
ସ୍ନେହ ,ଶ୍ରଦ୍ଧା, ଭକ୍ତିରେ ପୁଜୁଥାଅ ତାଙ୍କୁ
ଯିବୁ ଯଦି ସ୍ଵର୍ଗ ପୁରେ ।
