STORYMIRROR

Ranjit Sahu

Tragedy Action Thriller

4  

Ranjit Sahu

Tragedy Action Thriller

ଗୁପ୍ତ ଧନ

ଗୁପ୍ତ ଧନ

1 min
349

କିମ୍ବଦନ୍ତୀ କହେ ଅନେକ ଆଗରୁ ,

ଯେବେ ଚଳୁଥିଲା ରାଜା ଶାସନ,

ଶତ୍ରୁ ଆକ୍ରମଣ କଲା ପଶ୍ଚିମରୁ ,

ହଲା ଅସ୍ଥିର ରାଜାଙ୍କ ଆସନ I 


ଦେଖିଣ ବିପତ୍ତି, ରଖି ଦୂରଦୃଷ୍ଟି, 

ଦେଲେ ଆଦେଶ ରାଜ୍ୟର ନରେଶ,

କର ସୁରକ୍ଷିତ ରାଜ୍ୟ ଭବିଷ୍ୟତ,

ଗୁପ୍ତ ସ୍ଥାନରେ ଧନ ରଖି ଆସ I 


ଶତ୍ରୁ ହାତେ ହେଲେ ରାଜା ପରାଜିତ,

ତାଙ୍କର ବଂଶ ହୋଇଲା ନିପାତ,

ଧନର ଲୋଭରେ ଆସିଥିବା ଅରି, 

ଫେରିଲା କିନ୍ତୁ ହୋଇ ଖାଲି ହାତ I  


ପାହାଡ଼ ଉପରେ ଗୁମ୍ଫାର ଭିତରେ,

ଅଛି ବୋଲି ପଥ କୁହନ୍ତି ଜନ,

ଯାହାର ଶେଷରେ ଲୁକାୟିତ ଅଛି ,

ସ୍ଵର୍ଣ୍ଣ ଅଳଙ୍କାର ଅଜସ୍ର ଧନ ।


ଆଜି ବି ଅଜଣା ସୁଡ଼ଙ୍ଗର ପଥ,

କେଉଁଥିରେ ତାହା ହୋଇଛି ଗଢା

ଘନ ଅନ୍ଧାରକୁ ସଭିଁକର ଭୟ, 

ତର୍କ ବିତର୍କ ଯେତେ ହେଉ ବଢ଼ା ।


Rate this content
Log in

Similar oriya poem from Tragedy