STORYMIRROR

Dr. Rajib Lochan Panigrahy

Action Thriller

4  

Dr. Rajib Lochan Panigrahy

Action Thriller

ସଫଳତା

ସଫଳତା

1 min
330

ମଣିଷ ଜନମେ

ସମସ୍ତେ ବ୍ୟଗ୍ର 

ପାଇବାକୁ ସଫଳତା

ଯେତେ ପାଠ ପଢା

ଜ୍ଞାନ କୌଶଳ

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା |

ସଫଳ ମଣିଷ

ହୋଇଗଲେ ଥରେ

ମନଟା ଉଚ୍ଚାଟ ଥାଏ

ଅକ୍ଲାନ୍ତ ଭାବରେ

ପରିଶ୍ରମ କଲେ

ନିଶ୍ଚେ ସଫଳତା ମିଳେ |

କେହି କେହି ଜନ

ସଫଳତା ପାଇଁ

ଅସାଧୁ ଉପାୟ କରେ

ଅସାଧୁ ଉପାୟେ

ସଫଳ ହୋଇଲେ 

ଦିନେ ସିଏ ଧରା ପଡେ |

ବୁଦ୍ଧି ବିଦ୍ୟା ଯେତେ

କାମ କରେ ନାହିଁ

କୃର ମଣିଷର ପାଶେ

ଭାଗ୍ୟ ବଳ ଥିଲେ

ବିନା ପରିଶ୍ରମେ

ସଫଳତା ମିଳି ଯାଏ |

ତଥାପି ମଣିଷ

ପିଲାଟି ବେଳରୁ

ଶିକ୍ଷା ଦୀକ୍ଷା ଲୋଡ଼ା କରେ

ପ୍ରଭୁ ପାଦେ ଲୟ 

ରଖିଥିଲେ ସଦା

ନିଶ୍ଚେ ହୋଇବ ସଫଳ |

ଗୀତ ଭାଗବତ

ଯେତେ ଧର୍ମ ଗ୍ରନ୍ଥ

ଶିଖାଏ ଗୋଟିଏ କଥା

କର୍ମ କରିଯାଅ

ନିଶ୍ଚିତ ମିଳିବ

ଜୀବନରେ ସଫଳତା |



Rate this content
Log in

Similar oriya poem from Action