ମହକୁ ମହକ ରାଶି କବିତା ଦେହରୁ
ମହକୁ ମହକ ରାଶି କବିତା ଦେହରୁ
ମହକୁ ମହକ ରାଶି କବିତା ଦେହରୁ
ମହକ ରେ ତାର ପାପ ତାପ, ଭୟ ହରୁ ।
ମହକୁ ମହକ ରାଶି କବିତା ଦେହରୁ
ପ୍ରବାହିତ କରି ଦିବ୍ୟ ଚେତନା ରେ ଚାରୁ ।
ଚମତ୍କାର ରସ ମୟ ରସ ନିଷ୍ୟନ୍ଦିନି
ଧାରେ ଅମୋଦିତ କରୁ ନିଖିଳ ଅବନୀ ।
ରସ, ରୀତି, ଧ୍ଵନି ଆଉ ଅଳଙ୍କାର ଛନ୍ଦ
ଭ।ରେ ଚାରୁ ହାସେ ହସି ମନ୍ଦ ମନ୍ଦ ।
ଆପଣା ସୁରଭି ଧାରେ ଧରା ମହକାଇ
ସୁଲୁସୁଲୁ ବାତେ ଗୁଣୁ ଗୁଣ୍ଉ ତାନେ ଗାଇ ।
ଭରି ଦେଉ ପ୍ରାଣେ ପୁଣ୍ୟ ପୁଲକ ପ୍ଲାବନ
ଦୁଃଖୀ, ରଙ୍କୀ ଜନେ କରୁ ସାନ୍ତ୍ଵନା ପ୍ରଦାନ ।
ହରି ନେଉ ରୋଗ, ଶୋକ, ମୋହ ଆଉ ଦୈନ୍ୟ
ଦିବ୍ୟ ଭାବ, ମୂଲ୍ୟ ବୋଧ କରୁ ଜୟ ଗାନ ।
ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ଅନୁରାଗ ବୁଣି
ସୁଷ୍ଣିଗ୍ଧ ସୁରଭି ଧାର ପ୍ରାଣ ନେଉ କିଣି ।

