STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ଭାବ ଥିଲେ ଅଭାବ ନାହିଁ

ଭାବ ଥିଲେ ଅଭାବ ନାହିଁ

1 min
273


ସୃଷ୍ଟିର ପ୍ରତିଟି ସିଦ୍ଧାନ୍ତ ଶାଶ୍ଵତ ଚିରନ୍ତନ ନିତ୍ୟ

କେବେ ବଦଳିନି କି ବଦଳିବାର ସମ୍ଭାବନା 

ଭବିଷ୍ୟତକୁ ମଧ୍ୟ ନାହିଁ ତା' ଅପରିବର୍ତ୍ତିତ ସତ୍ୟ।

ସାରା ସଂସାରର ନୀତି ଏକ ସୂତ୍ରରେ ବନ୍ଧା

ସକାଳେ ସୂର୍ଯ୍ୟ ଉଇଁଲେ ଆଲୋକ ଆସେ

ଅସ୍ତରେ ତା'ର ସଞ୍ଜ ନଇଁ ରାତି ଅନ୍ଧାର ହୁଏ

ପ୍ରକୃତିର ସବୁ କିଛି କ୍ରମରେ ହୋଇଛି ଛନ୍ଦା।

ପରିଚାଳିତ ହୁଏ ସମୟାନୁସାରେ ନିରନ୍ତର

ଏ ଶୃଙ୍ଖଳିତ କ୍ରମଧାରା ବଜାଇ ରଖିବାକୁ

ଭାରସାମ୍ୟତା ଆଣିବାରେ ଥାଏ ତତ୍ପର

ସର୍ବଦା ସନ୍ତୁଳିତ ହେଉଥାଏ ପ୍ରକ୍ରିୟା ତା'ର ।

ବେଳେବେଳେ ଲାଗୁଥିଲେ ବି ବ୍ୟତିକ୍ରମ

ନଥାଏ ହାତରେ କିଛି ନିୟନ୍ତ୍ରଣ କରିବାକୁ

ଜନ୍ମରୁ ମୃତ୍ୟୁ ଯାଏଁ ରହିଥାଏ ତା' ଅବ୍ୟାହତ।

ତା'ର ଗୁଣ ଧର୍ମ କେବଳ ସ୍ଥିତି ସୁଧାରିବାକୁ

ଜୀବର ଜୀବନ ପ୍ରକୃତି ସାଥେ ଜଡ଼ିତ

ଇଚ୍ଛାଧୀନ କିଛି କାର୍ଯ୍ୟକଳାପ ଥିବା ସତ୍ତ୍ଵେ ମଧ୍ୟ

ଅଦୃଷ୍ଟ ଶକ୍ତି ସବୁକିଛି କରୁଥାଏ ନିୟନ୍ତ୍ରିତ।

ପରମାତ୍ମାଙ୍କର ଆଶିଷ ସୂର୍ଯ୍ୟ ରଶ୍ମି ସମ ଆତ୍ମା

କଳ୍ପାନାତୀତ ତାଙ୍କର ଅନନ୍ତ ଅପାର ମହିମା

ମନର ଭାବ ନେଇ ମଣିଷ ମନୋମୟ ପ୍ରାଣୀ

କିଛି ଜ୍ଞାତ କିଛି ଅଜ୍ଞାତ ପାରେନା ସେ ସବୁ ଜାଣି।

ମନର ଭାବ ଭାବନାରେ ବଞ୍ଚିବାର ଶୈଳୀ

ନିଜ ଦକ୍ଷତା ଅଭିଜ୍ଞତାରେ ହୁଏ ସେ କୁଶଳୀ।

ସ୍ଥୂଳ ସ୍ଥୂଳକୁ ସୂକ୍ଷ୍ମ ସୂକ୍ଷ୍ମକୁ କରିଥାଏ ଆକର୍ଷଣ

ପ୍ରାକୃତିକ କ୍ରିୟା ପ୍ରତିକ୍ରିୟା ତା'ର ପ୍ରମାଣ।

ବାଷ୍ପ ସୂକ୍ଷ୍ମ ରୂପରେ ଆକାଶକୁ କରେ ସ୍ପର୍ଶ

ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରେ ଛୁଇଁ ତା'ର ଶୀର୍ଷ।

ଘନୀଭବନରେ ଜଳବିନ୍ଦୁ ଭୂପୃଷ୍ଠେ ହୁଏ ପତନ 

ଆକାଶ ସୂକ୍ଷ୍ମ ଭୂଭାଗ ସ୍ଥୂଳ ହେବା ତା' କାରଣ।

ଏ ନିୟମ ମନର ଭାବକୁ କରେ ପ୍ରଭାବିତ

ସତ୍ୟରୁ ସତ୍ୟ ମିଥ୍ୟାରୁ ମିଥ୍ୟା ହୁଏ ଜାତ।

ଭଲ ପାଉଥିଲେ ଭଲ ପାଇବା ଘୃଣାରେ ଘୃଣା

ତାକୁ ରୋକି ପାରେ ନାହିଁ କିଛି କଟକଣା।

ବାସ୍ତବ ଜଗତେ ଭାବ ଥିଲେ ଅଭାବ ନାହିଁ

କର୍ମ ଅନୁଯାୟୀ ଫଳ ଫଳିଥାଏ ତା'ର ପାଇଁଁ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract