Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଦେଖି ଚକା ଆଖି

ଦେଖି ଚକା ଆଖି

1 min
225



ଦେଖି ଚକା ଆଖି ଆଖି ଯାଏ ଲାଖି

ଭକତ ରହଇ ଟାକି

ଭକ୍ତି ରେ ତଲ୍ଲିନ ହୋଇ ଉଠେ ମନ

ଭକ୍ତ ଭଗ ବାନ ସାକ୍ଷୀ ।

ଭାବେ ଅଭିନୟ କି ଆନନ୍ଦ ମୟ

ସେହି ସୁଦିବ୍ୟ ସମୟ

ଦିବ୍ୟ ଭାବ ଧାରା ପୁଲକ ରେ ଭରା

ବିସ୍ତୀର୍ଣ୍ଣ ହୁଏ ହୃଦୟ ।

ଅପୂରୁବ ଭାବ ଉନ୍ମାଦନା ନବ

 ରୋମାଞ୍ଚ କରେ ସଞ୍ଚାର

ଅବର୍ଣ୍ଣନୀୟ ସେ ଚିତ୍ତାକର୍ଷକ ଯେ

ବର୍ଣ୍ଣନା କରିଲେ ଯାର ।

ନ ହୋଇବ ଶେଶ  ଅସୀମ ଅଶେଷ

ସବୁର ପରିପୂରକ  

ଦୟା ମୟ ସେହି ଜଗତ କରତା

ବିନାସନ୍ତି ଦୁଃଖ , ଶୋକ ।

ସଂହରେ ଅଜ୍ଞାନ  ଅବିଦ୍ୟା ଓ ତମ

ଦିବ୍ୟ ଅନୁଭୁତି ରାଶି

ଜୀବନେ ପବିତ୍ର ଉତ୍ସାହ ଶକତି

ପ୍ରେରଣା ଧାରା ବରଷି ।

ହରେ ପାପ ତାପ ଭ୍ରମ ଓ ସନ୍ତ।ପ

ଖଣ୍ଡେ ଦୁଶ୍ଚିନ୍ତା ଭଉଁରୀ

ଅନିର୍ବଚନୀୟ ଭାବେ ରସ ମୟ

ଶରୀର ଯାଏ ଶିହରୀ ।

ସ୍ବପ୍ନକୁ ପୂରଣ ପାଇଁ ସମର୍ପଣ

ମନୋଭାବ ଆଣେ ମନ

ଦିବ୍ୟତା ଦୀପ୍ତିରେ ଉଲ୍ଲସିତ କରେ

ଚିତ୍ତ ହୁଏ ସୁପ୍ରସନ୍ନ ।

ଚକା ଆଖି ଚାହିଁ ଚମକ ଖେଳଇ

ଚାହାଣୀ ଭିତରେ ବୁଡି

 ରହି ଜନ ମନ ହୁଏ ଉଚ୍ଚାଟନ

ଦିବ୍ୟ ଶକ୍ତି ସ୍ରୋତ ଗଢି ।

ବଢି ବଢି ଚାଲେ ନିତି ପ୍ରତି କ୍ଷଣେ

 ଅନୁଭବ ଜ୍ଞାନ ଧର୍ମ

ଅନୁସାରେ କ୍ରମ ବୃଦ୍ଧି ପାଇ ଫୁର୍ତ୍ତି

ଉତ୍ସାହ ଧାରା ପ୍ଲାବନ ।

ଲହରୀ ଖେଳାଇ ଜୀବନେ ଅଭୁଲା

ବିଭୁ ପ୍ରେମର ପରସ

ଭରି ଦେଇ ଥାଏ ମାନବୀୟ ତାର

ଆବେଦନ ପୂର୍ଣ୍ଣ ରସ ।

ସ୍ନିଗ୍ଧ ଭାବ ବୋଳା ଆଲୋକେ ଚେତନା

ହୋଇ ଉଠେ ନିମଗନ 

ଦେଖି ଚକା ଆଖି ଆଖି ଯାଏ ଲାଖି

ଚକିତ ହୋଇ ସ୍ପନ୍ଦନ ।

ପୁଲକ ସାନ୍ତ୍ଵନା ଲହରୀ ଉନ୍ମନା

କରି ଦିଏ ମନ ପ୍ରାଣ

ଚିତ୍ତେ ପ୍ରବାହିତ ବିଦ୍ୟୁତ ତଡ଼ିତ

ସ୍ରୋତ ଧାର ବିକି ରଣ ।



Rate this content
Log in

Similar oriya poem from Romance