ଗୋରୁ ଗାଈ
ଗୋରୁ ଗାଈ
ଗାଈ ଗୋରୁ ଅଟନ୍ତି ସେ କେତେ ଉପକାରୀ
ଗୋ ମାତା ଜ୍ଞାନ ରେ ସେବା ଶୁଶ୍ରୁଷା ତାଙ୍କରି ।
କରାଯାଏ ଗୋରୁ ପୂଜା
ଭାରତୀୟ ସଭ୍ୟତା ର ଆଦର୍ଶ ଅଟେ ଯା ।
ଆମ ଜୀବନର କେତେ ଅନେକ ସଂସ୍କୃତି
ଗୋରୁ ଗାଈ ପାଇଁ ହୋଇ ଅଛି ଅଗ୍ରଗତି ।
ଘାସ କୁଟା ଆଦି ଖାଈ
ପେଜ ପଖାଳ ତୋରାଣି ପିଇ ଥାଏ ଗାଈ ।
ନଡ଼ା, ଡାଳ ପତ୍ର , ଦାନା ପିଡ଼ିଆ ଭକ୍ଷଣ
କରି ସେ ଆମକୁ ନିତି କ୍ଷୀର କରେ ଦାନ ।
ଛେନା ଦହି ଘିଅ ଆଦି
ଅନେକ ଦରବ ଗାଈ କ୍ଷୀର ରୁ ପ୍ରସ୍ତୁତି ।
ଗାଈ କ୍ଷୀର ଖାଇବାକୁ ଲାଗେ କେତେ ମିଠା
ତହିଁ ରେ ତିଆରି ଛେନା , ଛେନା ରୁ ଯେ ମିଠା ।
ରସ ଗୋଲା ଛେନା ଗଜା
ଖାଇବାକୁ ଲାଗେ ଆହା ! ମିଠା ! କେତେ ମଜା ।
ସର ରୁ ତିଆରି ହୁଏ ଘିଅ ଓ ଲହୁଣୀ
ନାନା ଔଷଧୀୟ ରସାୟନେ ତାହା ପୁଣି ।
ଲାଗି କେତେ ଉପକାର
କରୁ ଅଛି ନିତି ନିତି ମାନବ ଜାତିର ।
ସୁଗନ୍ଧିତ ଗୋରଚନା ମିଳେ ଗାଈ ଠାରୁ
ସୌଗନ୍ଧରେ ଆକର୍ଷଇ ଚିତ୍ତ ଅତି ଦୂରୁ ।
ଗାଈ ମହିମା ଅପାର
କରୁ ଅଛି ମାନବ ର ବହୁ ଉପକାର ।
