STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ହେ ପରମେଶ୍ବର

ହେ ପରମେଶ୍ବର

1 min
400


ହେ ପରମେଶ୍ବର ଜଗତ ଠାକୁର

       ତୁମ ସୃଷ୍ଟି କି ସୁନ୍ଦର

ବନ ଉପବନ ପାହାଡ ପର୍ବତ

        ଅଗାଧ ନୀଳ ସାଗର।


ନାନା ବେରଙ୍ଗର ପ୍ରସ୍ପୂଟିତ ପୁଷ୍ପ

        ଆକାଶରେ ତାରା ଗଣ

ପୂର୍ଣ୍ଣିମାର ରାତି ସକାଳର ସୂର୍ଯ୍ୟ

         ଆହା କେଡେ ଅନୁପମ।


ଅନ୍ନ ଜଳ ବାୟୁ ଔଷଧୀୟ ବୃକ୍ଷ

         ଖଞ୍ଜା ସବୁ ଆମ ପାଇଁ 

ଭାବିଛକି କେବେ ତାଙ୍କ ଦାନ ରାଶି

         ମଥା ଯାଏ ନଇଁ ନଇଁ।


ସୁନ୍ଦର ଶରୀର ଦେଇ ଛନ୍ତି ପ୍ରଭୁ

         ଶ୍ରେଷ୍ଠ ମଣିଷ ଜୀବନ

ସେହି ଶରୀରକୁ ତାଙ୍କରି ସେବାରେ

          ଆସ କରିବା ଅର୍ପଣ।


କୃତଜ୍ଞତା ଭାବ ପ୍ରକଟ କରିବା

           ଆଚରଣ ଉଚ୍ଚାରଣେ

ତାଙ୍କରି ଦାନକୁ ତାଙ୍କୁ ଅରପିବା

            ଆତ୍ମା କରି ଜାଗରଣେ।


ଏକଥାକୁ କେହି ଭୁଲି ଯିବା ନାହିଁ

          ସେ ତ ବ୍ରହ୍ମାଣ୍ତ ଗୋସାଇଁ

ଯେତେ ଦିନ ଅବା ବଞ୍ଚିବା ମହୀରେ

           ତାଙ୍କ ନାମ ତାଙ୍କ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action