STORYMIRROR

Harekrushna Deb Sahoo

Action

4  

Harekrushna Deb Sahoo

Action

ଗ୍ରୀଷ୍ମ ପ୍ରବାହ

ଗ୍ରୀଷ୍ମ ପ୍ରବାହ

1 min
411

(ରାଗ-ପଞ୍ଚମ ବରାଡି)


ଗ୍ରୀଷ୍ମର ପ୍ରବାହ ଅତି, 

ଚେନାଏ ଖରା ର ତାତି,

ଶୁଷ୍କ ପତ୍ରରେ ପୂର୍ଣ୍ଣ ଅଗଣା,

ମାଙ୍କଡ଼ ବିଭା ଯାତରା, 

ବର୍ଷାରେ କେତେ ଅସରା,

କେତେ ପଶୁପକ୍ଷୀ ବାଟ,ବଣା,

ଏହି ତାତି,

ବାଣ, ରୋଷଣୀ ରେ ଜଳୁଅଛି,

କଳା ଜହ୍ନ ପର୍ବତ ଦିଶୁଛି,

ବନଦେବୀ ପାହାଡରେ, 

ମନେ ନିଆଁ ଲାଗିଛି ରେ,

ଏକା ସମୟ ମନ କାନ୍ଦୁଛି ।।


ଉଷ୍ଣ ପ୍ରଦାୟିନୀ ଝରଣା

ଉତ୍ତପ୍ତ ମନରେ ଛଳନା 

ନାହିଁ ତାର ପ୍ରେମ କଳନା

ସେତ ନାୟିକା ପ୍ରତାରଣା, 

ନୁହେଁ ଶୀତଳ ଭାବନା

ଏତ ପ୍ରଚଣ୍ଡ ରୌଦ୍ରତାପ 

ରାତି ଅତିଶୟ ଆଣେ 

ଅତି ଅସହ୍ଯ ହୃଦୟ ଯନ୍ତ୍ରଣା। 


ନୁହେଁ ସେତ ବରଫ 

ନୁହେଁ ଶୀତଳ ଜଳ

କେବଳ ଋତୁମୟ ଗ୍ରୀଷ୍ମ 

ମାପେ ଅନୁଭବି ହୃଦୟ 

ପ୍ରେମ ସମ୍ପର୍କ ଏକ 

ଛୁଏଁ ଆତ୍ମାକୁ ଅନେକ 

ଆଣିଛି ଉତ୍ତପ୍ତ ପ୍ରହର 

ସ୍ପର୍ଶକାତର ଜଳ 

ଶରୀର ରୁ ବହେ 

ଝାଳ ବାର ବାର 

ଶୂନ୍ୟ ବସ୍ତ୍ର ଅଳଙ୍କାର 

ଅଳ୍ପ କିଛି ବକ୍ଷ ଅବୃତ 

ଭିଜା ଭିଜା କନା 

ଅଣ୍ଟାକୁ ଭିଡ଼ିବାକୁ ପ୍ରସ୍ତୁତ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action