ତିନି ତୁଣ୍ଡରେ ଛେଳି କୁକୁର
ତିନି ତୁଣ୍ଡରେ ଛେଳି କୁକୁର
ତୁଣ୍ଡ ବାଇଦ ଯେ ସହସ୍ର କୋଷ ତ
ଅଟଇ କଥା ପ୍ରମାଣ
ତୁଣ୍ଡରୁ ତୁଣ୍ଡ କୁ ଯିବା ପରେ ଏହା
କ୍ଷୟ ହୁଅଇ ସମ୍ମାନ ।
ଅତି ଶୀଘ୍ର ନାଶି ପାରଇ ଅନେକ
ସ୍ଥାନରେ ଧନ ଜୀବନ
ତୁଣ୍ଡ ବାଇଦ ର ଯୋଗୁଁ ହିଁ ହୁଅନ୍ତି
ଜନେ ସଦା ହୀନିମାନ ।
ଖରେ ଏ ପ୍ରଖର ବେଗେ ବ୍ୟାପୀ ଯାଏ
ସତ ମିଛ ପ୍ରମାଣିତ
କରି ନ ହୁଅଇ ଲୋକହସା ହେବା
ସହିତ କ୍ରମେ ପ୍ରଭୁତ ।
କ୍ଷତିର କାରଣ ହୁଏ ପ୍ରତି କ୍ଷଣ
ଏଇ ତୁଣ୍ଡ ବାଇଦ ହିଁ
ଧୁର୍ତ୍ତ ଜନେ ସଦା ରଚି ନାନା ମତେ
ଥାନ୍ତି ଲୋକ ଙ୍କୁ ଠକାଇ ।
ତିନି ତୁଣ୍ଡରେ ଯେ ଛେଳି ଟି କୁକୁର
ପାଲଟି ଯାଏ ନିମିଷେ
ସତ୍ୟ, ଧର୍ମ,ନ୍ୟାୟ , ଆଦର ଆଦର୍ଶ
ଲୁପ୍ତ ହୁଏ ନିମିଷକେ ।
ମିଥ୍ୟା କଥା ଯେବେ ଜନତା କହି ବେ
ମେଳ ହେଇ ଶତ ଶତ
ମିଥ୍ୟା , ଜାଣି ଜାଣି ତାକୁ ମାନି ଶୁଣି
କୁହା ଯାଏ ସତ ସତ ।
ମିଥ୍ୟା , ତଥ୍ୟ , ତତ୍ତ୍ୱ , ଗୁଜବ ହେତୁରୁ
ଘଟେ ବହୁ ଅଘଟଣ
ଧୂର୍ତ୍ତ ଙ୍କର ଲାଭ ତହିଁ ରୁ ଅଧିକ
ସତ୍ୟ , ସହେ ନିସ୍ପେଷଣ ।
