STORYMIRROR

Kabiratna Nutan Kumar Behera

Action Classics

4  

Kabiratna Nutan Kumar Behera

Action Classics

ଶୀତୁଆ ସଞ୍ଜ -୨

ଶୀତୁଆ ସଞ୍ଜ -୨

1 min
331

         

ଦିନ ତମାମର ଶ୍ରମ କ୍ଳାନ୍ତିରେ ବିଶ୍ରାମ ନେବାକୁ

ଢ଼ଳି ଆସେ ଯେବେ ତେରେଛା ଦୀପ୍ତିମାନ ସୂର୍ଯ୍ୟଟା

ପଶ୍ଚିମ ଆକାଶରେ ଚହଟେ ଅସ୍ତରଙ୍ଗର ବର୍ଣ୍ଣଛଟା 

ସତେ ଅବା ଶୀତୁଆ ସଞ୍ଜଟା ଘୋଡ଼ାଇ ଦେଉଛି କି

ସର୍ବାଙ୍ଗ ଦେହକୁ ମଖମଲର ରଙ୍ଗୀନ୍ ଚାଦର

ଉତ୍ତରରୁ ବହି ଆସେ ଲୋମ ଟାଙ୍କୁରା ଶୀତ ଲହରୀ

ବିଲ ବଣରୁ ଚରି ଫେରୁଥାନ୍ତି ଗାଈ ଗୋରୁ ପୋଲ

ବାଟ ଯାକ ଉଡ଼ାଇ କୁହୁଡ଼ିଆ ଲୋହିତ ଗୋଧୂଳି

ହମ୍ବାରୁଡ଼ି ମାରୁଥାଏ ଗୁହାଳରେ ବନ୍ଧା ଟିକି ବାଛୁରୀ

ପକ୍ଷୀସବୁ ଫେରନ୍ତି ଉଡ଼ି ଉଡ଼ି ଗଛ ଡାଳର ଭାଡ଼ିକୁ

ସକାଳୁ ଯାଇଥାନ୍ତି ଖାଇ ଖାଇବା ଆଣିବାକୁ

ଖଣ୍ଡିଉଡ଼ା ଦେଉଥିବା ବସାର ଶିଶୁ ଶାବକଙ୍କ ଲାଗି 

ଫଡ଼ ଫଡ଼ ଡେଣା ପିଟୁଥାନ୍ତି ତାଙ୍କର ମା'ମାନକୁ ଦେଖି

ତରତର ଘର ବାହୁଡ଼ା ହେଉଥାନ୍ତି କର୍ମଜୀବୀ ସବୁ

ଶୀତର କୋପ ଚାପକୁ ଜାବୁଡ଼ି ଧରିବା ପାଇଁ

ଶୁଖିଲା କାଠ ନଡ଼ା ପତରର ନିଆଁ ଜାଳ ପାଶେ ବସି

ଶେକି ହେଉଥାନ୍ତି ହେମାଳ ଧୁଆ ହାତ ଗୋଡ଼ ପୋଛି

ନାଲି ଚା' କପେ ପିଉ ପିଉ ହୁସିଆର କରେ ଛୁଆପିଲାକୁ

ଘର ମୁରବୀ ବୁଝାଇ କହେ ଲେଖା ପଢ଼ାରେ ମନ ଦିଅ

ଗରମ ପୋଷାକ ଘୋଡ଼ି ରୁହ ନାହିଁ ନିଆଁ ପାଖରେ

ଆସିଛି ଶୀତ ଯିବ ପଳାଇ ତା' ବାଟେ ବାଟେ

ନିଜ କାମ ନିଜେ କର ଅଳସରେ କରନା ସମୟ ନଷ୍ଟ

ସୁନ୍ଦର ଭବିଷ୍ୟତ ପାଇଁ ସର୍ବଦା ରୁହ ସଜାଗ 

ଶୀତୁଆ ସଞ୍ଜଟା ସଅଳ ନେଇ ଆସିବ ରାତିକୁ

ତୁଳସୀ ମୂଳେ ଗୃହବଧୂ ଦୀପ ଜାଳେ ଶଙ୍ଖ ବଜାଇ

ଶୁଭ ମନାସେ ସପରିବାରର ସର୍ବ କୁଶଳ ଲାଗି

ଗାଆଁ ଦେଉଳରୁ ଭାସି ଆସେ ଘଣ୍ଟ ଘଣ୍ଟା ଧ୍ଵନି

ଦିନ ଚହଳ ଗହଳ ନିସ୍ତବ୍ଧ ହୋଇଯାଏ ଚଞ୍ଚଳ ଚଞ୍ଚଳ

ଘେରି ଦିଏ ବହଳ କୁହୁଡ଼ି ଆସି ଘରର ଚାରିପାଖ

ବେଳାବେଳି ଖିଆପିଆ ସାରି ଶୋଇବା ହୁଏ

ଯତନେ ବିଛଣା ପାରି କମଳ ଘୋଡ଼ାଇ ଦେହ ଯାକ

ଶୀତୁଆ ସଞ୍ଜ ଆଗୁଆ କରେ ଜୀବନ ଧାରା

ହେଲେ ବି କଷ୍ଟ ସମସ୍ତଙ୍କୁ କରି ଦେଇଥାଏ ସଜାଗ

ଦୁ଼ଃଖ ପରେ ସୁଖ ଆସିଲେ ମେହନତି ହୁଏ ଲାଘବ।

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action