STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ମନ ଗୁଡ଼ି ତୁ ଯାଆ ଉଡ଼ିଉଡ଼ି

ମନ ଗୁଡ଼ି ତୁ ଯାଆ ଉଡ଼ିଉଡ଼ି

1 min
372


ମନ ଗୁଡ଼ି ତୁ ଯାଆ ଉଡ଼ିଉଡ଼ି

ଆସିଛି ମକର ଜାଳିବୁ ଯା' ମକରଭାଡ଼ି

ତାପରେ ତା'ର ଦେବୁ ତୋ ପାପକୁ ପୋଡ଼ି 

ନୂଆ ଜାମାକୁର୍ତ୍ତା ପିନ୍ଧିବୁ ପୁରୁଣାକୁ ଛାଡ଼ି

ଜୀବନକୁ ତୋର ଭଲେ ନେବୁରେ ସଜାଡ଼ି

ମନ ଗୁଡ଼ି ତୁ ଯାଆ ଉଡ଼ି ଉଡ଼ି।

ସଂସାରରେ ଦୁଃଖର ଝଡ଼ ଆସେ ମାଡ଼ି

ଊଣାରେ ବଣା ହୋଇ ଯିବୁନି ବିଗିଡ଼ି

ଥୟ ଧର ବାବୁ ନହୁଅରେ ଭିଡ଼ି ମୋଡ଼ି

ଅନନ୍ତ ଆକାଶ ନେବ ତୋତେ ସମ୍ଭାଳି

ମିଛ ମାୟାରେ କରିବୁନି କା' ସାଥୀରେ କଳି

ମନ ଗୁଡ଼ି ତୁ ଯାଆ ଉଡ଼ିଉଡ଼ି।

ଦୁନିଆ ଦାଣ୍ଡର ମକର ମେଳା ଭଳି କି ଭଳି

ଅଗଣିତ ଲୋକବାକ ହୁଅନ୍ତି ଭିଡ଼ା ଭିଡ଼ି

କିଏ କେତେ ହସ ଖୁସିରେ ପଡ଼େ ଉଛୁଳି

ତୁ ବି ହସିବୁ ସାଥେ ତାଙ୍କର ନିଜକୁ ଯୋଡ଼ି

ସ୍ନେହ ଶ୍ରଦ୍ଧା କିଣାବିକା କରିବୁ ହିସାବ ନଛାଡ଼ି

ମନ ଗୁଡ଼ି ତୁ ଯାଆ ଉଡ଼ିଉଡ଼ି।

ମମତାର ସୂତା ତୋତେ ଧରିଛି ଜାବୁଡ଼ି 

ହୃଦୟରୁ ଦେ ତୁ ପ୍ରେମ ପ୍ରୀତି ନିଗାଡ଼ି

ପରକୁ ଆପଣାର କରିବୁ ଯିବୁନି ମୁହଁ ମୋଡ଼ି

ସଂସାର ମେଳା ବୁଲି ଆସିବୁ ହସି ଖେଳି

କରିବୁନି ଗର୍ବ ଅଭିମାନ ନେବୁ ସଭିଙ୍କୁ ସଙ୍ଖାଳି

ମନ ଗୁଡ଼ି ତୁ ଯାଆ ଉଡ଼ିଉଡ଼ି।

ମକର ଆସିଛି ସୂର୍ଯ୍ୟ ଯାଏ ଉତ୍ତରକୁ ମାଡ଼ି

ବଢ଼ିବ ଖରା ତେଜ ଶୀତ ଯିବ ଛାଡ଼ି

ନିଜକୁ ବଦଳାଇ ଦେ ରେ ପଥ ଯା ନା ହୁଡ଼ି

ପର୍ବପର୍ବାଣୀ ଖୁସି ଦିଏ ଅଜାଡ଼ି

ତା' ପରି ରହି ଥାଆ ତୁ ସୁସଂପର୍କ ଗଢ଼ି

ମନ ଗୁଡ଼ି ତୁ ଯାଆ ଉଡ଼ି ଉଡ଼ି।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action